କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ, ରାସ୍ତାଜାମ

add-all

ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସମୟରେ ସହରବାସୀଙ୍କ ଯାତାୟାତ ପାଇଁ ସର୍ଭିସ ରୋଡ ନାହିଁ କି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହର ମଧ୍ୟରେ ଦିନବେଳେ ଖଣିଜ ବୋଝେଇ ଟ୍ରକ ଚଳାଚଳ ନିଷିଦ୍ଧ ଥିବାବେଳେ କେହି ଏହି ନିୟମକୁ ମ।ନୁନାହାନ୍ତି।

ସହରର ଏହି ମୁଖ୍ୟ ରାସ୍ତାର ନିର୍ମାଣ ପ୍ରତି ଠିକା ସଂସ୍ଥା ଆଦୌ ଦୃଷ୍ଟି ଦେଉ ନାହିଁ। ଫଳରେ ପ୍ରତିଦିନ ଲୋକେ ରାସ୍ତା ଜାମରେ ଅତିଷ୍ଠ ହେଲେଣି।ସ୍କୁଲ ଖୋଲିଯାଇଥିବାରୁ ଏହି ପରି ରାସ୍ତାଜାମରେ ଛାତ୍ରଛାତ୍ରୀମାନେ କିପରି ଯାଆସ କରିବେ ସେ ନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ୟୁନିଟ ଥିଲେ ମଧ୍ୟ ଲୋକେ କୌଣସି ସୁଫଳ ପାଇପାରୁନାହାନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାପାଇଁ ଜନସାଧରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.