ଚିକିଟି ଅଞ୍ଚଳର ବିଭିନ୍ନ ଶକ୍ତି ପୀଠରେ ନବରାତ୍ର ପୂଜା

add-all

ଚିକିଟି : ଚିକିଟି ଅଞ୍ଚଳର ବିଭିନ୍ନ ଶକ୍ତି ପୀଠ ଯଥା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଶ୍ଚିମ ଦିଗ କେରାଣ୍ଡି ମାଳ ପର୍ବତ ପାର୍ଶ୍ୱରେ ଅବସ୍ଥିତ ମା ରତ୍ନେଇ , କୁମ୍ଭକାର ସାହି ସ୍ଥିତ ତଳ ବାଳକୁମାରୀ ଓ ଇଲେକ୍ଟ୍ରିକାଲ ଅଫିସ ଛକ ସ୍ଥିତ ମା ବୁଢ଼ୀ ଠାକୁରାଣୀ ଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା ନିରାଡ଼ମ୍ବର ଭାବେ ଆରମ୍ଭ ହୋଇଛି। ଗତ ଶୁକ୍ରବାର ଠାରୁ ଉକ୍ତ ଶକ୍ତିପୀଠରେ ପ୍ରତିଦିନ ମା’ଙ୍କର ଭିନ୍ନଭିନ୍ନ ବେଶ କରାଯାଉଥିବା ବେଳେ ନବରାତ୍ରର ପ୍ରଥମ ଦିନରେ ମା’ ଶୈଳୀପୁତ୍ରୀ ବେଶ ହୋଇ ଥିବାବେଳେ ଅନ୍ୟାନ୍ୟ ଦିନଗୁଡ଼ିକରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡେପି, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରି, ମହାଗୋରୀ ଓ ସିଦ୍ଧଦାତ୍ରୀ ବେଶରେ ମା’ ଶୋଭା ପାଇବେ। ନବଦିନାତ୍ମକ ରୀତି ନୀତି ଅନୁଯାଇ ପୂଜା ବିଧି ସ୍ୱରୂପ ସୂର୍ଯ୍ୟ ପୂଜା, ସାଲା ପୂଜା, ମଙ୍ଗଳ ଆଳତି,ଘଟ ପୂଜା, ମଣ୍ଡଳ ପୂଜା ସାଙ୍ଗକୁ ହୋମ, ଯଜ୍ଞ, ଚଣ୍ଡୀ ପାଠ ଆଦି ସାଙ୍ଗକୁ ୯ଦିନ ବ୍ୟାପୀ ମା’ଙ୍କ ପୀଠରେ ଅନ୍ନଯଜ୍ଞ, ଘୃତଯଜ୍ଞ, ଶାକ୍ତପ୍ରବଚନ ଅନୁଷ୍ଠିତ ହୋଇ ସମସ୍ତ ଦେବା ଦେବୀ ଙ୍କୁ ଆବାହନ କରାଯିବ।ପାରମ୍ପରିକ ପ୍ରଥା ଅନୁସାରେ ଏହି ପୂଜା ଅନୁଷ୍ଠିତ ହେବା ସହ ଅଞ୍ଚଳର ସୁନାମ ଧନ୍ୟ ପଣ୍ଡିତ ମାନଙ୍କ ଙ୍କ ମନ୍ତ୍ର ଧ୍ୱନି ରେ ପୀଠ ମାନ ପ୍ରକମ୍ପିତ ହେଉଛି। ଏହି ନବ ଦିନାତ୍ମକ ପୁଜା ଆସନ୍ତା ୯ ତାରିଖ ଶନିବାର ପର୍ଯ୍ୟନ୍ତ ଚାଲିବ। ମା ଙ୍କ ପୀଠରେ ନବଦିନ ବ୍ୟାପି ପୂଜାର୍ଚ୍ଚନା ଚାଲୁରହିବା ବେଳେ ଶେଷ ଦିନରେ ରାତ୍ରି୧ଘ ୭ମି ରେ ସନ୍ଧି ପୂଜା ପରେ ୧ଘ ୨୬ମି ରେ ବଳି ପ୍ରକ୍ଷଣ ୧ଘ ୫୦ମି ସନ୍ଧି ବଳି ପରେ ସମାପନା ପୂର୍ଣ୍ଣାହୁତି, ହୋମ ଓ ଘଟ ବିସର୍ଜନ ହେବବଲି ମୁଖ୍ୟ ପୁରୋହିତ ମାନେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.