କାର୍‌ ଉପରେ ମାଡ଼ିଗଲା ହାଇଓ୍ବା, ଚାଳକ ମୃତ

add-all

ଭୁବନେଶ୍ୱର: ପଳାଶୁଣୀ ବସ୍‌ ଷ୍ଟପେଜ୍‌ ନିକଟରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ କାର୍‌ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ।

ସୂଚନାନୁସାରେ, ପଳାଶୁଣୀ ବସ୍‌ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍‌ ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଏକ ଡମ୍ପର ବ୍ରେକ୍‌ ମାରି ରହିଥିଲା।

ଏହି ସମୟରେ ଡମ୍ପର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି ଯାଇଥିଲା। ପରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ବା ଉକ୍ତ କାର୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଖୁବ୍‌ ଜୋର୍‌ରେ ଡିଭାଇଡର ଡେଇଁ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ବାଟି ଡମ୍ପର ପଛରେ ଥିବା କାର୍‌ ଉପରେ ଚଢ଼ିଯାଇଥିଲା। ଗାଡ଼ି ଭିତରେ କାର୍‌ ଡ୍ରାଇଭର ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.