ଗ୍ରୀଷ୍ମ ପ୍ରବାହରୁ ବ୍ରାହ୍ମଣୀଗାଁରେ ସ୍ବେଛାସେବୀ ଜଳଛତ୍ର ଖୋଲିଲେ

add-all

ଦାରିଙ୍ଗବାଡି (୦୪/୦୪) : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି, ଗାଁଠାରୁ ସହର ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ଜଳ ସମସ୍ୟାରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକରେ ରହିଥିବା ୨୫ ଗ୍ରାମ ପଂଚାୟତରେ ଅଦ୍ୟାବଧି ସର୍ବ ସାଧାରଣଙ୍କ ପାଇଁ ଜଳ ଛତ୍ର ଖୋଲା ଯାଇନଥିବା ଖବର ହସ୍ତଗତ ହୋଇଛି। ଗ୍ରୀଷ୍ମପ୍ରବାହ କୁ ଆଖିରେ ରଖି ଵ୍ରହ୍ମଣୀଗାଁ ସ୍ଥିତ ମିରାକେଲ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ସୁରେଶ କୁମାର ବିଷୋୟୀ ହାଟପଦା, ଫରେଷ୍ଟ ରେଞ୍ଜ ଅଫିସ ଓ ପ୍ରଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଜନ ସମାଗମକୁ ଦୃଷ୍ଟି ଦେଇ ସ୍ବେଚ୍ଛାକୃତ ଭାବେ ମାଟି ହାଣ୍ଡିରେ ସ୍ଵଛ ପିଇବା ପାଣି ରଖି ଜଳ ଛତ୍ର ଖୋଲି ଛନ୍ତି। ବ୍ରାହ୍ମଣୀଗାଁ ବଜାରକୁ ପ୍ରତି ଦିନ ଆସୁଥିବା ଶତାଧିକ ଲୋକ ଓ ସ୍କୁଲ କଲେଜକୁ ଆସୁଥିବା ବହୁ ଛାତ୍ରଛାତ୍ରୀ ଏହି ଜଳଛତ୍ରରୁ ପାଣି ପିଇ ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ସୁରେଶଙ୍କ ଏହି ସ୍ବେଚ୍ଛାକୃତ ଜଳଛତ୍ର ସୁବିଧା ଯୋଗାଇ ଥିବାରୁ ଅଞ୍ଚଳ ବାସୀ ସାଧୁ ବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.