
ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅଧୀନସ୍ଥ ସାମନ୍ତିଆପଲ୍ଲୀ ବନାଚଂଳ ବନ୍ୟଜନ୍ତୁ ଶିକାରୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଆଜି କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ସୁରଙ୍ଗୀ ନିକଟସ୍ଥ ତିଟି ଗାଁ ଅଚଂଳରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବନ୍ୟ ଜନ୍ତୁଙ୍କ ଦେହା ଅବିଶେଷ ଜବତ କାରାଯାଇଛି । ଏହି ସଂକ୍ରାନ୍ତରେ ବଳରାମ ସାହୁ ନାମକ ଜନୈକ ବ୍ୟକ୍ତିଙ୍କୁ ଗିରଫ କରିଛି ବନ ବିଭାଗ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏବଂ ବନାଚଂଳ ଅଧିକାରୀଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା । କିନ୍ତୁ ବ୍ରହ୍ମପୁର ବନ ଖଣ୍ଡ ରେ ଏହି ଘଟଣା ସମ୍ପ୍ରତି ବନ ବିଭାଗର ପରିବା ପଣିଆ କୁ କେବଳ ପଦା ରେ ପକେଇ ନାହିଁ ବରଂ ବନ ବିଭାଗର ଅଧିକାରୀମାନେ ଯେ ଏକ ପଶୁ ପକ୍ଷୀ ଙ୍କ ଜୀବନ ସହ ଖେଳ ଖେଳି ଗୋଟିଏ ଆନ୍ତର୍ଜାତିକ ରାକେଟ ରେ ସଂପୃକ୍ତ ନ ଥିବେ କହିବା ଯଥାର୍ଥ ବୋଲି ବୁଦ୍ଧି ଜୀବି ଗହଣ ରେ ଚର୍ଚ୍ଚା ଜୋର ଧରିଛି l ସୂଚନା ଥାଉକି ଚଢ଼ାଉ ସମୟରେ ତା ଠାରୁ ୨ ଟି ଚିତା ବାଘ ଛାଲ, ଗୋଟିଏ ହରିଣ ଛାଲ, ଦୁଇଟି ହରିଣ ସିଙ୍ଖ, ୩୮ ଟି ଝିଙ୍କ କାଠ, ୭ ଟି ବାରିହା ଦାନ୍ତ, ବଜ୍ରକାପ୍ତା ଦେହାଶଂ, ୫ ଟି ଚିତା ବାଘ ଦାନ୍ତ, ଗୋଟିଏ ନଖ, ଚିତା ବାଘ ହାଡ଼, ଟିସୁ, ଖୁରା, ୮୦ ଫୁଟର ସାଗୁଆନି କାଠ ଆଦି ଜବତ ହୋଇଛି । ତେବେ ବଳରାମ ସାହୁଙ୍କ ନିକଟରେ ଏତେ ସବୁ ବନ୍ୟଜନ୍ତୁଙ୍କ ଦେହାଅବିଶେଷ କିପରି ଆସିଲା ତାହା ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ଜଣାପଡ଼ିଛି । ବଳରାମ ସାହୁ ବନବିଭାଗ ଆଖିରେ ଧୂଳି ଦେଇ କିପରିଏତେ ସବୁ ବନ୍ୟପ୍ରାଣୀ ଙ୍କୁ କିପରି ଶିକାର କଲା ଏବଂ ଏତେ ପରିମାଣର ଦେହାଅବିଶେଷ କିପରି ସଂଗ୍ରହକରି ମହଜୁଦ କଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ କିପରି ଏହାର ଟେର ପାଇ ନ ଥିଲା ତାହାକୁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ବନ୍ୟ ପଶୁ ସମ୍ପଦ ର ସୁରକ୍ଷା ପାଇଁ ସରକାର ବହୁ ସଚେତନତା କାର୍ଯ୍ୟକ୍ରମ ସହ ବହୁ ପ୍ରଚେଷ୍ଟା କରୁଥିଲେ ମଧ୍ୟ ଶିକାରୀ ମାନଙ୍କ ପଞ୍ଜାରୁ ବର୍ତ୍ତୁ ନାହାନ୍ତି ନିରୀହ ବନ୍ୟ ପ୍ରାଣୀ।ତେବେ ଏହା ବନବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ଉଙ୍ଗଲି ନିର୍ଦେଶ କରୁଛି। ଏହି ଚଢ଼ାଉ ବେଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ୍ ନାୟକ, ସାଆନ୍ତିଆପଲ୍ଲୀ ରେଞ୍ଜ ଅଧିକାରୀଙ୍କ ସମେତ କାର୍ଯନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ପୋଲିସ ଅଧିକାରୀ ସାମିଲ୍ ଥିବା ସୂଚନା ମିଳିଛି । ଏହାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଉଚ୍ଚ ଅଧିକାରୀ ମାନେ ଆଗକୁ ଆସନ୍ତୁ ଏବଂ ସ୍ଥାନୀୟ ରେଞ୍ଜର ଓ ବନ୍ ଅଧିକାରୀ ଙ୍କ ବିରୋଧ ରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧି ଜୀବି ତଥା ବନ୍ୟଜନ୍ତୁ ପ୍ରେମୀ ଦାବି ରଖିଛନ୍ତି l