ରାଉରକେଲା ଉଦିତନଗର ରିଙ୍ଗରୋଡ଼ ଛକ ନିକଟରୁ ବନ ନିଗମ କର୍ମଚାରୀଙ୍କ ଠାରୁ ଦିନ ଦ୍ବିପ୍ରହରେ ୪.୫୪ ଲକ୍ଷ ଟଙ୍କା ଲୁଟ…

add-all

ରାଉରକେଲା ;ରାଉରକେଲା ଉଦିତନଗର ମହନଗର ନିଗମ ରିଙ୍ଗ ରୋଡ଼ ଛକ ନିକଟରୁ ମଙ୍ଗଳବାର ଦିନ ୧୧ ଟା ସମୟରେ ୪.୫୪ ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ରାଉରକେଲା ଫରେଷ୍ଟ କର୍ପୋରେସନର ଜଣେ କର୍ମଚାରୀ ଦାଶରଥି ଷେଣ୍ଢ ଉଦିତନଗର କାନାଡ଼ା ବ୍ୟାଙ୍କ ରୁ ଗୌରହରି ବେହେରା ଙ୍କ ଆକାଉଣ୍ଟ୍ ରୁ ଠିକାଦାର ଙ୍କ ପେମେଣ୍ଟ ଲାଗି ଟଙ୍କା ଉଠାଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଟଙ୍କା ଉଠାଇଲା ପରେ ଦାଶରଥି ତାଙ୍କ ଆକ୍ଟିଭା ଡିକି ରେ ଟଙ୍କା ରଖି ଯାଉଥିଲେ। ଏହି ସମୟରେ ରିଙ୍ଗରୋଡ଼ ଛକ ନିକଟ ସିଙ୍ଘାଶିନି ମନ୍ଦିର ପାଖରେ ଦୁଇଜଣ ଦ୍ରୁବୃତ୍ତ ବାଇକ ରେ ଆସି ତାଙ୍କ ଟଙ୍କା ପକେଟରୁ ପଡ଼ି ଯାଇଛି ବୋଲି ଦାଶରଥି ଙ୍କୁ କହିଥିଲେ। ଦାଶରଥି ଗାଡି ରଖି ଟଙ୍କା ଗୋଟାଉଥିବା ବେଳେ ଦୃବୃତ୍ତ ମାନେ ଡିକି ଭାଙ୍ଗି ସବୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ବାସ୍ତବରେ ଯୋଜନା ଅନୁଯାୟୀ ଦୃବୃତ୍ତ ମାନେ କିଛି ଟଙ୍କା ପକାଇ ଦେଇ ଲୁଟ କରିବାରେ ସଫଳ
ହୋଇଥିଲେ। ଉଦିତନଗର ଥାନା ରେ ଏହାର ଏକ୍ ମାମଲା ରୁଜୁ କରାଯାଇ ପୋଲିସ ଲୁଟ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.