ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବସ୍

add-all

ଭୁବନେଶ୍ୱର: ଡିଭାଇଡରରେ ପିଟି ହୋଇ ଓଲଟି ପଡିଲା ବସ୍‌। ଭୁବନେଶ୍ୱର ଜୟଦେବ ବିହାରରେ ଦୁର୍ଘଟଣା। ପ୍ରାୟ ୧୦ରୁ ଅଧିକ ଶ୍ରମିକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଗୁରୁତରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳେ ବସ୍‌ଟି ଶର୍ମିକ ମାନଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିଲା। ଏହି ସମୟରେ ଜୟଦେବ ବିହାର ଓଭର ବ୍ରିଜ ତଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା।

ପୋଲିସ ଘଟମାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତାରୁ ହଟାଇବା ସହ ତଦନ୍ତ କରୁଛି। ଓଭରଲୋଡିଂ କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ad-week
Leave A Reply

Your email address will not be published.