ମା ଲିମେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

add-all

ପାତ୍ରପୁର- ପାତ୍ରପୁର ବ୍ଳକ ଅନ୍ତର୍ଗତ ତୁମ୍ବା ଠାରେ ଆଜି ମା ଲିମେଶ୍ୱରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଆଲବମ୍ ହିରୋ ଆକାଶ ପଟ୍ଟନାୟକ, ଜରଡା ସମିତି ସଭ୍ୟ ସନ୍ତୋଷ ପ୍ରଧାନ, ପୂର୍ବତନ ସରପଞ୍ଚ ଧନୁ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ।କେଦାର ମହାନ୍ତି ଓ ଯୁବ ଗୋଷ୍ଠୀ ମାନେ ଏହି ଗ୍ରାମାଞ୍ଚଳ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଅୟୋଜନ କରିଥିବା ବେଳେ ୨୪ଟି ଦଳ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଛନ୍ତି। ଉଦ୍ଘାଟନୀ ମ୍ୟାଚରେ ଜର ଡା ସହ ତୁମ୍ବା ଦଳ ସହ ମୁକାବିଲା ହୋଇଥିବା ବେଳେ ତୁମ୍ବା ଦଳ ବିଜୟ ଲାଭ କରିଥିଲା। ଅନ୍ୟ ଏକ ମ୍ୟାଚ୍ ରେ ବୁରାତାଲ ସହ ଚଢ଼େଇ ଗାଁ ଦଳ ସହ ମୁକାବିଲା ହୋଇଥିଲା। ଚଢ଼େଇ ଗାଁ ଦଳ ବିଜୟ ଲାଭ କରିଥିଲା। ବଂଶୀ ଗୋପାଳ ପାଢ଼ୀ ଓ ରଞ୍ଜନ ସାହୁ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଯୁବ ଗୋଷ୍ଠୀ ସହଯୋଗ କରିଥଲେ।

ad-week
Leave A Reply

Your email address will not be published.