୧୦୦ କିଲୋ ଗଂଜେଇ ଜବତ : ଜଣକୁ ଗିରଫ କଲା ମାଥିଲି ପୋଲିସ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ଏକ ବଡ ସଫଳତା । ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ମାଥିଲି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଂଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଗୋବିନ୍ଦପାଲ୍ଲୀସ୍ଥିତ ଝାଙ୍କରଦେଇ ମନ୍ଦିର ନିକଟରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରିବା ସହ ଯାଞ୍ଚ ଫାଟକ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛି।ଏହି ସମୟରେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲରେ ଗୋଟିଏ ବଡ ବ୍ୟାଗ ଧରି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ ଦେଖି ଅଟକାଇବାକୁ ଚେଷ୍ଟା କଲା। ପୁଲିସକୁ ଦେଖି ଦୁହେଁ ଗାଡି ଏବଂ ବସ୍ତାକୁ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।ଏହି ସମୟରେ ପୁଲିସ ଜଣକୁ କାବୁ କରିପାରିଥିବା ସୂଚନା ମିଳିଛି।ଏଥିସହ ଗଂଜେଇ ବସ୍ତାକୁ ଜବତ କରି ଓଜନ କରିବା ପରେ ସେଥିରେ ୧୦୦ କିଲୋ ଗଂଜେଇ ରହିଥିବା ଦେଖବାକୁ ମିଳିଥିଲା।ଗିରଫ ହୋଇଥିବା ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସିରାଗୁଡା ଗ୍ରାମର ଜଗନ୍ନାଥ ଖରା ବୋଲି ଜଣାପଡିଛି।ଅନ୍ୟ ଜଣେ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ମଧ୍ୟ କାବୁ କରିବ ବୋଲି କହିଛି।ଏମାନଙ୍କ ଠାରୁ ଦୁଇଟି ମଟର ସାଇକେଲ,ନଗଦ ୫୨୦ ଟଂକା ଜବତ ମଧ୍ୟ କରିଛି।ଜଗନ୍ନାଥକୁ ଧରି ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।ମାଥିଲି ପୁଲିସ ତରଫରୁ ଗୋବିନ୍ଦପାଲ୍ଲୀ ସୀମାରେ ୩୨୬ ଜାତୀୟ ରାଜ ପଥ ଉପରେ ଲଗାତାର ଯାଞ୍ଚ ପ୍ରକ୍ରିୟା ଚାଲୁଥବାରୁ ଗଂଜେଇ ମାଫିଆଙ୍କ ମଧ୍ୟରେ ଭାଳେଣି ପଡିବା ସହ ଗଂଜେଇ ଚାଲାଣ ମଧ୍ୟ କମିଥିବା ଜଣାପଡିଛି।ଆଗାମୀ ଦିନରେ ମଧ୍ୟ ଯାଞ୍ଚକୁ ଆହୁରି କଡାକଡି କରାଯିବ ବୋଲି ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.