ଅଭିନଵ ଉପାୟରେ କଇଁଛ ଚାଲାଣ : ଦଶ ବସ୍ତା କଇଁଛ ସହ ଜଣେ ଗିରଫ…

Independence

ମାଲକାନଗିରି : ପୁଣି ଦେଖିବାକୁ ମିଳିଛି ପୁଷ୍ପା ଷ୍ଟାଇଲରେ କଇଁଛ ଚାଲାଣ ର ଦୃଶ୍ୟ l ଟାଟା ମାଜିକ ଗାଡି ଉପରେ ଅଣ୍ଡା ଓ ଭିତରେ ୧୦ ବସ୍ତା କଇଁଛ । କଇଁଛ ଗୁଡ଼ିକ ନେଇ ଯାଉଥିବା ସମୟରେ ଜଣକୁ ଗିରଫ କରିଛି ମୋଟୁ ବନ ବିଭାଗ । ସୂଚନା ଅନୁଯାୟୀ ଆନ୍ଧ୍ରର କାକିନାଡ଼ା ଅଂଚଳରୁ କଇଁଛ ଗୁଡ଼ିକ ଏମଭି ୭୯, କାଲିମେଳା ଓ ପଡ଼ିଆ ଭଳି ଅଂଚଳକୁ ଚୋରାରେ ଚାଲାଣ ହେଉଥିବାର ଖବର ପାଇଥିଲା ମୋଟୁ ବନ ବିଭାଗ । ଏଭଳି କଇଁଛ ଚୋରାଚାଲାଣ ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳରେ ଚାଲି ଆସିଥିଲା l ବନ ବିଭାଗ ତରଫରୁ ଏମପିଭି -୭୩ ଗ୍ରାମ ନିକଟରେ ଚୋରା ଚାଲାଣ କରୁଥିବା ଟାଟା ମାଜିକ ଗାଡିକୁ ଧରିବାରେ ସଫଳ ହୋଇଥିଲେ ।ଏମଭି 79 ଗ୍ରାମର ରେଞ୍ଜର ରଶ୍ମିରଞ୍ଜନ ସ୍ୱାଇଁ କଇଁଛ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇଁ ଏକ ଟିମ ସହ ଚଢ଼ାଉ କରି ଧରିଥିଲେ l ଏହି ୧୦ ବସ୍ତା ଭିତରେ 139 ଟି କଇଁଛ ଥିବାବେଳେ ଗାଡି ଚାଳକଙ୍କୁ ଗିରଫ କରିବାରେ ସଫଳ ହୋଇଛି ମୋଟୁ ବନ ବିଭାଗ ।
କାଲିମେଳା, ପଡ଼ିଆ ଓ ଏମଭି 79 ଅଞ୍ଚଳରେ କଇଁଛ ମାଂସ ର ଚାହିଦା ଅଧିକ ରହିଥିବାରୁ ଦିନକୁ ଦିନ କଇଁଛ ଚୋରା ଚାଲାଣ ବୃଦ୍ଧି ପାଉଛି l ବନବିଭାଗ କହିବା ଅନୁଯାୟୀ ଆନ୍ଧ୍ରର ଯେଉ ଅଞ୍ଚଳରୁ ଏହି କଇଁଛ ଗୁଡ଼ିକ ଚାଲାଣ ହେଉଛି ଆନ୍ଧ୍ର ବନବିଭାଗ ସହ ଯୋଗାଯଗ କରି ସେହି ସ୍ଥାନକୁ ଠାବ କରି ମୁଖ୍ୟ ଅସମୀଙ୍କୁ ଗିରଫ କରି ପାରିଲେ ଏହି କଇଁଛ ଚୋରା ଚାଲାଣକୁ ରୋକା ଯାଇପାରିଥାନ୍ତା ଏବଂ ଓଡିଶା ଆନ୍ଧ୍ର ସୀମାନ୍ତରେ ଗୋଟିଏ ତନକି ଫାଟକ ରଖାଗଲେ ଏହି ଚୋରା ଚଲାଣ ରୋକିବାରେ ସହାୟକ ହୋଇପାରିଥାନ୍ତା l

ad-week
Leave A Reply

Your email address will not be published.