୨୦୮ କିଲୋ ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ ଗିରଫ କଲା ଚିତ୍ରକୋଣ୍ଡା ପୋଲିସ

add-all

ଚିତ୍ରକୋଣ୍ଡା (୧୦/୦୪) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଥାନା ଅଧିକାରୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ସ୍ୱତନ୍ତ୍ର ଟିମ ଚିତ୍ରକୋଣ୍ଡା ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବାଲିମେଳା ମୁଖ୍ୟ ରାସ୍ତାର ମନ୍ତ୍ରୀପୁଟ ଛକ ନିକଟରେ ଜଗିରହିଥିବା ସମୟରେ ଗୋଟିଏ ନମ୍ବର ବିହୀନ ମହେନ୍ଦ୍ର। ଅଟୋ କୁ ଅଟକାଇ ଯାଞ୍ଚ କରି ସେଥିରୁ ୮ ଟି ବ୍ୟାଗ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଉକ୍ତ ଗଞ୍ଜେଇ କୁ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଆଣି ଅଧିକ ପଚରା ଉଚରା କରିଥିଲେ l ସେହି ୮ ଟି ବ୍ୟାଗ କୁ ଓଜନ କରିବାରୁ ସେଥିରୁ ୨୦୮ କେଜି ୮୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା।ଏହାସହ ସେହି ଅଟୋ ସହ ଯାଉଥିବା ଗୋଟିଏ ହିରୋ ମେଷ୍ଟ୍ର ନମ୍ବର ସିଜି ୧୭ କେଏମ ୨୦୯୯ ସ୍କୁଟି ଜବତ କରିଥିଲେ।ଏହି ଗଞ୍ଜେଇ ଚିତ୍ରକୋଣ୍ଡା ର ସିଡ଼ିପାକା ଅଞ୍ଚଳରୁ ଡାନ୍ତେୱାଡା କୁ ଚାଲାଣ ହେଉଥିବା ସୂଚନା ମିଳିଛି।ଏହି ମାମଲାରେ ଦିଲଶାଦ୍ କୁରେଶି(୩୦), କସିମ ହୁସେନ(୩୩),ବିଜୟ କୁମାର ଶର୍ମା(୫୭) ଏହି ତିନି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୪୫୦୦ ଟଙ୍କା , ଗୋଟିଏ ମୋବାଇଲଫୋନ,ଏଟିଏମ, ଭୋଟର ଆଇଡି କାର୍ଡ ଜବତ କରା ଯାଇଛି। ଏମାନଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ କେସ ନମ୍ବର – ୪୯/୨୦୨୨ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି ।

ad-week
Leave A Reply

Your email address will not be published.