ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହାଣିଲା ନିଷ୍ଠୁର ସ୍ୱାମୀ…

add-all


ଫୁଲବାଣୀ;-ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥଲେ l ଆଉ ସୁଖ ଦୁଃଖରେ ସାଥି ହୋଇ ରହିବାକୁ କଥା ଦେଇଥିଲା ସ୍ୱାମୀ l ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତି ତର୍କ ହୋଇଥିଲାlଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିବାକୂ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି lଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ରେ l ସ୍ୱାମୀ ମିଥୁନ ଡିଗାଲ ସ୍ତ୍ରୀ ହେମଲତାକୁ ଆଜି ଶୁକ୍ରବାର ସକାଳେ ଟାଙ୍ଗିଆରେ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରିବା ଫଳରେ ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ l ଫଳରେ ସ୍ଥନୀୟ ଲୋକ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି l

ad-week
Leave A Reply

Your email address will not be published.