ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ ଦ୍ବାରା ଗୁଡ଼ ଫ୍ରାଇଡେ ପର୍ବ ପାଳିତ

add-all

ଦାରିଙ୍ଗବାଡି (୧୫/୪) : ସାରା ବିଶ୍ୱର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ଆଜି ଦିନଟିକୁ ଗୁଡ଼ ଫ୍ରାଇଡେ ଦିବସ ଭାବେ ପାଳନ କରିଛନ୍ତି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନେ ନିରାଡ଼ମ୍ବର ସହକାରେ ଏହି ପର୍ବ ପାଳନ କରିଥିବା ଜଣାପଡ଼ିଛି। ଆଜି ଦିନରେ ଯୀଶୁ ଖ୍ରୀଷ୍ଟଙ୍କୁ ଯିହୁଦି ମାନେ କୃଶବିଧ କରିଥିଲେ। ବିଶ୍ୱାସୀ ମାନଙ୍କ ଲାଗି ଯୀଶୁଖ୍ରୀଷ୍ଟ ଆଜି ଦିନରେ କୃଶବିଧ ହୋଇଥିବାରୁ, ଏହି ଦିନକୁ ସ୍ମରଣ ନିମନ୍ତେ ସାରା ବିଶ୍ୱର କ୍ୟାଥଲିକ ଖ୍ରୀଷ୍ଟ ବିଶ୍ୱାସୀ ଗୁଡ଼ ଫ୍ରାଇଡେ ଦିବସ ଭାବେ ପାଳନ କରି ଆସୁଛନ୍ତି।ଦାରିଙ୍ଗବାଡ଼ି, ସିମନବାଡ଼ି,ଦାସିଙ୍ଗବାଡି, ସିକରମାହା, ଗଦାପୁର, ସରାମୁଳି, ବ୍ରାହ୍ମଣୀଗାଁ, କାଟିଙ୍ଗିଆ ସମେତ ସମସ୍ତ ଚର୍ଚ୍ଚରେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇ ଥିବା ଖବର ହସ୍ତଗତ ହୋଇଛି।

ad-week
Leave A Reply

Your email address will not be published.