ଜଳେଶ୍ଵରରୁ ବ୍ରାଉନସୁଗାର ଜବତ, ମାଫିଆ ଗିରଫ

add-all

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ଦିନକୁ ଦିନ ବଢୁଛି ନିଶା କାରବାର। ଜଳେଶ୍ଵର ଅଞ୍ଚଳରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ଏହି ଧଳାଜହର କାରବାରର କିଙ୍ଗ୍ ପିନ୍‌କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଛି।

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ଜଳେଶ୍ଵର ପୋଲିସ ଷ୍ଟେସନ ବଜାର ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ ସେକ କାୟମତ ତୁଳା ପୋଲିସ ହାତରେ ଧରା ପଡ଼ିଛି। ସେକ୍ କୟାମତ ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। ତେବେ ସେକ୍ କାୟମତ ନାମରେ ପୂର୍ବରୁ ବହୁ ମାମଲା ଥିଲା। ସେ କଦଳୀ ଗାଡି, କଖାରୁ ଗାଡିରେ ବ୍ରାଉନସୁଗାର ଚାଲାଣ କରୁଥିବା ନେଇ ପୋଲିସ ଟେର୍ ପାଇଥିଲା। ଗତ ମାର୍ଚ୍ଚ ମାସରେ ସେକ୍‌ କାୟମତର ଶଳା ମହମ୍ମଦ ସମୀର ଗିରଫ ହୋଇଥିଲା। ମହମ୍ମଦ ସମୀରର ସୂଚନା ଆଧାରରେ ପୋଲିସ ଏବେ ଶେକ୍ କାୟମତକୁ ଧରିବାରେ ସଫଳ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.