ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା

add-all

କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ ଲାଗି ଜଳି ଯାଇଛି।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତୁରୁମୁଙ୍ଗାରୁ ଜଣେ ରୋଗୀଙ୍କୁ ନେଇ ବୋଲେରୋଟି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଯାଉଥିଲା। ହେଲେ ଖୀରେଇଟାଙ୍ଗିରୀ ଟୋଲ୍‌ଗେଟ ନିକଟରେ ବୋଲେରୋରେ କୋଣସି କାରଣରୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିକଟରେ ଥିବା ମଣ୍ଟେକାର୍ଲର ଏକ ପାଣି ଟ୍ୟାଙ୍କର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗାଡ଼ିରେ ନିଆଁ ଲାଗିବା ଜାଣି ଗାଡିରୁ ସମସ୍ତ ଓହ୍ଲାଇ ପଡିବାରୁ ଏକ ବଡ଼ ବିପତ୍ତିରୁ ରକ୍ଷା ପାଇଯାଇଛନ୍ତି। ପରେ ଅନ୍ୟ ଏକ ଗାଡ଼ିରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇଥିଲା।

ad-week
Leave A Reply

Your email address will not be published.