ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଓଡିଶାରେ ୨00 ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଦାବୀକରି ଏକ ସାମ୍ବାଦିକ ସମ୍ମିଳନୀ…

add-all

ବ୍ରହ୍ମପୁର : ସ୍ଥାନୀୟ ଗେଟ ବଜ଼ାର ସ୍ଥିତ ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଓଡିଶାରେ 200 ୟୁନିଟ ଦେୟମୁକ୍ତ ବିଜୁଳି ଯୋଗାଇ ଦେବା ଦାବୀକରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆବାହକ ତାଙ୍କ ବକ୍ତବ୍ୟରେ ଓଡିଶାରେ ବିଜୁଳି ସତ୍ୟାଗ୍ରହର ପୃଷ୍ଟଭୂମି ଏବଂ ଏହା କିପରି କାର୍ଯ୍ୟ କରାଯିବ ଉଲ୍ଲେଖ କରିଥିଲେ l ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନ୍ୟ ରାଜ୍ୟରୁ କିଣି ଦୁଇ ଶହ ୟୁନିଟ ବିଦ୍ୟୁତ ଦିଲ୍ଲୀ ବାସୀଙ୍କୁ ମାଗଣା ଯୋଗାଇ ଦେଇପାରୁଥିବା ବେଳେ, ଏବଂ ପଞ୍ଜାବରେ 300 ୟୁନିଟ ମାଗଣା ଅତି ନିକଟରେ ଦେବାକୁ ଯାଉଛନ୍ତି l ଏହା ଦୁର୍ନୀତି ମୁକ୍ତ ସରକାରୀ ଯୋଜନ ଯୋଗୁଁ ସମ୍ଭବ ହୋଇପାରିଛି l ଦୁର୍ଭାଗ୍ୟର ବିଷୟ ଓଡିଶା ସରକାର ଦୀର୍ଘ ଦିନର ଶାସନରେ ଥିଲେ ସୁଦ୍ଧା, ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇ ଟାଟା କମ୍ପାନୀ ସହ ମିଶି ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି l ତେଣୁ ପଚିଶି ଲକ୍ଷ ଓଡିଶାବାସୀଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜୁନ ମାସରେ ଦିଆଯିବାକୁ ସ୍ଥିର କରାଯାଇଛି ଏହି ସମ୍ମିଳନୀରେ ଉପସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି ହରପ୍ରସାଦ, ରାଜ୍ୟ ଯୁବ ଉପସଭାପତି ମନୋଜ ମିଶ୍ର,ମହିଳା ଜିଲ୍ଲା ସଭାପତି ନିଭାସ୍ମିତା ପ୍ରଧାନ ସମତେ ମନୋଜ ପାଢୀ, କଳି ଦାସ, ଆରତୀ ଦେବୀ, ପର୍ଶୁରାମ ସାହୁ, ରମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.