ଚିକିଟି କଲେଜରେ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିଣ ଶିବିର ଉଦଘାଟିତ

add-all

ଚିକିଟି : ଚିକିଟି ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଠଦିନ ବ୍ୟାପି ଆୟୋଜିତ ଏହି ଶିବିର କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ତାଲିମ ବିପଦ ସମୟରେ ସୁରକ୍ଷା ଦେବା ସହ ଛାତ୍ରୀଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଥାଏ ବୋଲି ଅଧ୍ୟକ୍ଷ ଡ଼.ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ।

ଚିକିଟି ଆରକ୍ଷୀ ଉପଖଣ୍ଡ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ବାତ୍ରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ନିଜକୁ ସୁରକ୍ଷା ପାଇଁ ଏହି ତାଲିମ ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଅଭିଭାଷଣ ରେ କହିଥିଲେ । ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ଛାତ୍ରୀ ସାଗରିକା, ବନ୍ଦନା , ପ୍ରିୟଙ୍କା ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ର ଲକ୍ଷ୍ମୀପ୍ରିୟ ସାହୁ ଓ ହେମାଞ୍ଜଳି ଖରସେଲ ମାଷ୍ଟର ଟ୍ରେନର ରୂପେ ଯୋଗ ଦେଇ ଉପସ୍ଥିତ ଛାତ୍ରୀଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଇଥିଲେ ।ଏଥିରେ ମହାବିଦ୍ୟାଳୟ ର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ବ ଆତ୍ମସୁରକ୍ଷାର ତାଲିମ ନେଇଥିଲେ ।ଶେଷରେ ଅଧ୍ୟାପିକା ପଦ୍ମିନୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.