ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, ଜଣେ ମୃତ, ଜଣେ ଆହତ

add-all

ଫୁଲବାଣୀ (୧୬/୪) : ଶନିବାର ଅପରାହ୍ନରେ ଶଙ୍କରାଖୋଲ ନିକଟରେ ଏକ ହୁଣ୍ଡଆଇ କାର ଭାର ସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏଥ୍‌ରେ ଯାଉଥିବା ବିଦ୍ୟୁତ ବିଭାଗର ଯତ୍ନୀ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଅଶ୍ବିନୀ ମିଶ୍ର । ଆହତ ହୋଇଥିବା ଯନ୍ତ୍ରୀ ଜଣଙ୍କ ଅନିଲ କୁମାର ପରିଡା ବୋଲି ଜଣା ପଡ଼ିଛି ।

ସୂଚନା ଯୋଗ୍ୟ ଯେ ଅଫିସ କାର୍ଯ୍ୟରେ କର୍ମଚାରୀ ଓ ଯତ୍ନୀ ମିଶି ଟିକାବାଲି ଆଡକୁ ଯାଉଥିଲେ, ତେବେ ଗାଡି ସ୍ପିଡ଼ରେ ଥିବାରୁ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସୁଳରେ ପହଂଚି ଅଗ୍ନିଶମ ବାହିନୀକୁଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଆହାତ ଜଣକୁ ସଦର ମହକୁମା ଡାକ୍ତର ଖାନା କୁପଠାଇଥିଲେ । ଟିକାବାଲି ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି ।ଖବର ପାଇ ନିର୍ବାହୀ ଯନ୍ତ୍ରୀ ଇଂ. ମନୋଜ କୁମାର ମହାନ୍ତି, ଏସ ଡିଓ, ସମେତ ଯତ୍ନୀ ଓ କର୍ମଚାରୀ ସଦର ମହକୁମା ଡାକ୍ତର ଖାନା ରେ ପହଂଚି ଆହାତ ଯନ୍ତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥ୍‌ଲେ।ସେହିପରି ମୃତ କର୍ମଚାରୀ ଅଶ୍ବିନୀ ମିଶ୍ରଙ୍କ ଅକାଳ ମୃତ୍ୟୁରେ ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ଧିପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତି କରିଛନ୍ତି

ad-week
Leave A Reply

Your email address will not be published.