ଏପ୍ରିଲ ୧୮ରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧୮ ତାରିଖ, ସୋମବାର ପୂର୍ବାହ୍ନ ୯ଟାରେ ଏହି କାର୍ଯ୍ୟକ୍ରମ ସୁନ୍ଦରଗଡ଼ସ୍ଥିତ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ସହିତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ।

ତେଣୁ, ଜନସାଧାରଣ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା, ଅଭିଯୋଗ ଆଦି ଉପସ୍ଥାପନ କରିବା ସହ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିପାରିବେ। ଏହାକୁ ଆଧାର କରି ପ୍ରଶାସନ ପକ୍ଷରୁ ଉନ୍ନୟନ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ ଓ ବ୍ୟାପକ କରାଯିବ।

ସେହିପରି ଏପ୍ରିଲ ୨୫ ତାରିଖରେ ରାଜଗାଙ୍ଗପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ad-week
Leave A Reply

Your email address will not be published.