ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ କବିତା ଆସର

add-all

ଚିକିଟି : ଚିକିଟି ବ୍ଳକ ଝାଟିପଦର ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ କବିତା ଆସର ରବିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଦୁର୍ଗା ମାଧବ ମହାରଣା ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ଡଃ ଲମ୍ବୋଦର ପାଣିଗ୍ରାହୀ ମୂଖ୍ୟ ବକ୍ତା ଭାବେ ସରୋଜ ମୋହନ ପାଳ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ତ୍ରିଲୋଚନ ଦାସ, ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ସମ୍ପାଦକ ମାଧବ ବାଡତ୍ୟା, ଅଧ୍ୟାପକ ସଞ୍ଜୟ ପଣ୍ଡା , ପ୍ରଧାନ ଶିକ୍ଷକ ବୃନ୍ଦାବନ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ସମ୍ପାଦିକା ସଂହିତା ମହାନ୍ତି ଅତିଥି ପରିଚୟ ପ୍ରଦାନ ପୂର୍ବକ ବିବରଣୀ ପଠନ କରିଥିଲେ। ସଂଯୋଜକ ଭାବେ ସୁଶାନ୍ତ କୁମାର ପଟ୍ଟନାୟକ, ଚିନ୍ମୟ ରଞ୍ଜନ ମିଶ୍ର ମିଳିତ ଭାବେ କବିତା ସଂଯୋଜନା କରିଥିଲେ। କବି ଜଗନ୍ନାଥ ଚୌଧୁରୀ, ତ୍ରୀପତି ପ୍ରଧାନ, ସୁଚେତା ପାଣିଗ୍ରାହି, ହିନ ମଣି ବେହେରା, ସୁଧାଂଶୁ କୁମାର ତ୍ରିପାଠୀ, ମଞ୍ଜୁଶ୍ରୀ ମହାରଣା, କଳ୍ପଲତା ମହାରଣା, ନୀଳାଚଳ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିବା ବେଳେ ରମାକାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ।

ad-week
Leave A Reply

Your email address will not be published.