
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ 70 ଭାଗରୁ ଉର୍ଦ୍ଧ ଆଦିବାସୀ ତଥା ଗରିବ ଶ୍ରେଣୀର ଲୋକ ବାସ କରୁଥିବାବେଳେ ଏହାର ସୀମାନ୍ତରେ ଛତିଆଗଡ଼,ଆନ୍ଧ୍ର ଓ ତେଲେଙ୍ଗାନା ଭଳି ତିନଟି ସୀମାନ୍ତ ରାଜ୍ୟ ରହିଅଛି l ଦୀର୍ଘ ଦିନ ହେବ ମାଲକାନଗିରି ଜିଲାରେ ହାଟ ତଥା ମୁଖ୍ୟ ବଜାରରେ ଚାଲିଛି ନକଲି ସାମଗ୍ରୀର କାରବାର l କେତେବେଳେ ଖାଦ୍ୟ ସାମଗ୍ରୀ ତ କେତେବେଳେ ନିତ୍ୟ ବ୍ୟବହାର ଜିନିଷର ନକଲି ଜିନିଷ ବିକ୍ରି ହେଉଛି l ଏଥିମଧ୍ୟରେ କିଛି ନାମଯାଦା କମ୍ପାନୀର ଜିନିଷ ନକଲି ବିକ୍ରି ହେଉଥିବା ଅଭିଯୋଗ ହେଉଅଛି l ଗରିବ ତଥା ଆଦିବାସୀ ଲୋକମାନଙ୍କୁ ବ୍ୟବସାୟୀମାନେ ଅସଲି ନାମରେ ନକଲି ସମାନ ବିକି ମାଲାମାଲ ହେଉଛନ୍ତି କିନ୍ତୁ ଗରିବ ଲୋକଟି ନାମି କମ୍ପାନିର ନକଲି ସାମଗ୍ରୀ କିଣି ହୀନସ୍ତା ହୋଇଥାନ୍ତି l ଏହିପରି ଏକ ଖବର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ୨ଦିନ ତଳେ କଲିକତା ସ୍ଥିତ SEC ଇଲେକ୍ଟ୍ରନିକ କମ୍ପାନୀର ଅବିକଳ ନକଲି ଫ୍ୟାନ ମାଲକାନଗିରିର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଖବର ପାଇବା ପରେ କମ୍ପାନୀ ପକ୍ଷରୁ ମାଲକାନଗିରି ପୋଲିସ ସହାୟତାରେ ମାଲକାନଗିରି କିଛି ଦୋକାନ ଉପରେ ଚଢ଼ାଉ ହୋଇଥିଲା l ଏହି ଚଢ଼ାଉ ସମୟରେ ମମତା ଟ୍ରେଡରସ, ଏମ ଟି ଟ୍ରେଡରସ, ଜୟେ ରାଧେ ଇଲେକ୍ଟ୍ରକାଲ ଏବଂ ଅନ୍ୟକେତେ ଦୋକାନ ଉପରେ ଚଢ଼ାଉ ହେବା ପରେ ଯଥା କ୍ରମେ 114 ଟି ନକଲି ଫ୍ୟାନ ଜବତ ହୋଇଥିବା କମ୍ପାନୀର ବ୍ୟବସାୟିକ ମୁଖ୍ୟ ସୂଚନା ଦେଇଥିଲେ । ଏହା ସହ ସେ କହିଛନ୍ତି ଯେ ପୂର୍ବରୁ ଆମ ପାଖରେ ମାଲକାନଗିରି ଓ ବ୍ରହ୍ମପୁର ଠାରେ କମ୍ପାନୀର ନାଁରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହସ୍ତଗତ ହୋଇଥିଲା ପ୍ରାୟ ଏକ ବର୍ଷ ହେବ କମ୍ପାନୀ ବ୍ୟବସାୟକୁ ଏହା ପ୍ରଭାବିତ କରିବା ସହ ବ୍ୟବସୟରେ ଅବନତି ଦେଖାଯାଇଥିଲା l କିଛି ଗ୍ରାହକଙ୍କ ଅଭିଯୋଗ ପାଇ ମାଲକାନଗିରି ଏବଂ ବ୍ରହ୍ମପୁର ଠାରେ ଚଢ଼ାଉ କରି ଏହି ସବୁ ଜିନିଷ ଗୁଡ଼ିକ ଜବତ
କରାଯାଇଠିବା ପ୍ରକାଶ କରିଥିଲେ l ଏହି ଚଢ଼ାଉ ସମୟରେ କମ୍ପାନୀର ବ୍ୟବସୟୀ ମୁଖ୍ୟ ଶ୍ରୀ ଦତ୍ତଙ୍କ ସହ କ୍ରିଷ୍ଟାନ୍ଦୁ ସେନଗୁପ୍ତ ଯାଞ୍ଚ ଅଧିକାରୀ ସମେତ ୨ ବରିଷ୍ଠ ତଦାରଖ ଅଫିସର ରଞ୍ଜିତ ବିଶ୍ୱାସ ଓ ଇଣ୍ଡ୍ରେସ ଜୟସ୍ୱାଲ l