
ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ, ଜଣେ ଉଦ୍ଧାର । ସୂଚନା ଅନୁଯାୟୀ ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଓରାପଦର ଗ୍ରାମର ୩ ଜଣ ନାରିଙ୍ଗଝୋଲା ଗ୍ରାମକୁ ସାପ୍ତାହିକ ହାଟ ପାଇଁ ଯାଇଥିବା ବେଳେ ହାଟ ସାରି ଦେଶୀ ଡଙ୍ଗା ମାଧ୍ୟମରେ ପୁଣି ଓରାପଦରକୁ ଫେରିବା ସମୟରେ ହଟାତ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ନିଖୋଜ ଥିବା ବେଳେ ଜଣେ ସେଠାରୁ ପହଁରି କୂଳରେ ଲାଗିଛନ୍ତି । ତେବେ ନିଖୋଜ ବ୍ୟକ୍ତି ମାନେ ହେଲେ ଜଗନ୍ନାଥ ପାଳସି ଓ ପିତାମ୍ବର ମୁଦୁଲି। ଘଟଣା ସ୍ଥଳରେ ଗ୍ରାମବାସୀ ଓ ଯୋଡାମ୍ୱ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣା ପଡିଛି ।