
ମାଲକାନଗିରି : ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ପି ଭି 69 ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସ ଙ୍କ ବଜ୍ରପାତ ଜନିତ ମୃତ୍ୟୁହୋଇଥିବାବେଳେ ପରିବାରର ଦୁଇଜଣ ଗୁରୁତର ଥିବା ଜଣାପଡିଛି । ଅନିମା ନିଜ ଘରେ ବାରଣ୍ଡାରେ କାମ କରୁଥିବା ସମୟରେ ବଜ୍ରପାତ ଘଟିଥିଲା । ପରେ ପରିବାର ଲୋକେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଡାକ୍ତର ଅନିମାଙ୍କୁ ମୃତ ଘୋଷଣା କରିଥିଲେ ଓ ଗୁରୁତ୍ୱର ଦୁଇଜଣଙ୍କୁ କାଲିମେଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅନିମାଙ୍କ ସ୍ବାମି ବର୍ଷେ ପୁର୍ବରୁ ମୃତ୍ୟୁବରଣ କରିଥିବାବଳେ ତାଙ୍କର ବର୍ତ୍ତମାନର ଗୋଟିଏ ପୁଅ (9 ବର୍ଷ) ଓ ଗୋଟିଏ ଝିଅ(14 ବର୍ଷ) ଥିବା ଜଣାପଡିଛି । ମୃତ ଅନିମାଙ୍କ ମରଶରିରକୁ ପୋଷ୍ଟମର୍ଟମ ପାଇଁ ମାଲକାନଗିରି ଅଣାଯାଇଛି ।