ରାତିରେ ଜିଲ୍ଲାପାଳଙ୍କ ଅଚାନକ ହିଞ୍ଜିଳି ଗସ୍ତ, ପରିଚ୍ଛନ୍ନତା ଉପରେ ଗୁରୁତ୍ବ

youtube

ହିଞ୍ଜିଳିକାଟୁ(୨୫ /୪) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମଵାର ରାତ୍ର ୮ ଟା୩୦ ମି ସମୟରେ ହିଞ୍ଜିଳି ଆସି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବୁଲି ସମକ୍ଷା କରିଛନ୍ତି । ଜିଲ୍ଲାପାଳ ରାତିରେ ହିଞ୍ଜିଳିକାଟୁ ଵନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନ ଓ ଆଖ ପାଖ ରେ ଦୋକାନି ମାନେ ଡଷ୍ଟବିନ ରଖୁନଥିବା ଓ ଦୋକାନ ଆଗରେ ଅଳିଆ ଆବର୍ଜନା ପଡିଥିବା ଦେଖି ଦୋକାନି ମାନଙ୍କୁ ତାଗିଦ କରିବା ସହ ନିଜ ପ୍ରତିଷ୍ଠାନ ର ୫ ମିଟର ବ୍ୟବଧାନ ସଫା ସୁତରା ରଖିବାକୁ କହିଥିଲେ । ଦୋକାନୀମାନେ ମାନେ ଡଷ୍ଟବିନ ବ୍ୟବହାର କରୁ ନ ଥିବା ଓ ଏକ ଜାଗାରେ ଅଳିଆ ଆବର୍ଜନା ପଢ଼ି ରହୁଥିବା କଥା ଜାଣିବାପରେ ଆବର୍ଜନା ପରିଷ୍କାର କରିବା ପାଇଁ ହିଞ୍ଜିଳି ମୁନିସିପାଲିଟି ଅଧିକାରୀ ଡଃ ମନୋଟଞ୍ଜନ ସାହୁ ନିର୍ଦେଶ ଦେଇଥିଲେ । ପରିଷ୍କାର ପରିଚ୍ଛନ୍ନ ଉପରେ ଗୁରୁତ୍ ଦେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ଵାହୀ ଅଧିକାରୀ ଡ୍ ମନୋରଞ୍ଜନ ସାହୁ ,କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କ ସମେତ ପୌରକର୍ମଚାରୀ ଉପସ୍ଥିତ ରହିଥୁଲେ ।

Leave A Reply

Your email address will not be published.