
ଦାରିଙ୍ଗବାଡ଼ି(୩୦/୪) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ୩୩ଟି ଉଚ୍ଚ ବିଦ୍ୟାଳୟର ୧୬୧୬ ଜଣ ଛାତ୍ରଛାତ୍ରୀ ଆଜି ବ୍ଳକର ୧୦ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ସୂଚନାରୁ ପ୍ରକାଶ ପାଇଛି । ଦାରିଙ୍ଗବାଡ଼ି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୩୮ଜଣ, ଦାରିଙ୍ଗବାଡ଼ି ସାରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୧୦ ଜଣ, ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୪ ଜଣ, ବୁଡାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୪୬, ଶ୍ରାନିକେତା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୫୧, ସିମନ ବାଡ଼ି ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୭୩ , କାଟିଙ୍ଗା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୧୪, ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୦ , ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୪ ଜଣ ଓ ସିକରମାହା ଉଚ୍ଚ ବିଦ୍ୟାଳୟ। କେନ୍ଦ୍ରରେ ୧୦୮ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।।