ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ରୌପ୍ୟ ଜୟନ୍ତୀ ଯାତ୍ରା ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ

add-all

ଫୁଲବାଣୀ(୩୦/୦୪) : ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ପଞ୍ଚ ବିଂଶ ତମ ତଥା ରୋପ୍ୟା ଜୟନ୍ତୀ ଯାତ୍ରା ଆସନ୍ତା ମେ ୩ ରୁ ଜୁନ ୧ ପର୍ଯ୍ୟନ୍ତ ହେବାକୁ ଯାଉଛି | ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ରାମ ମନ୍ଦିର ନିକଟସ୍ଥ ନାରାୟଣୀ ଯାତ୍ରା କମିଟି ପରିଚାଳନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଯାତ୍ରା ସଭାପତି ପି ସୁଧାଂଶୁ ସେନାପତିଙ୍କ ସଭାପତିତ୍ୱ ରେ ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପ୍ରିଣ୍ଟ ମିଡ଼ିଆ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରଥମେ ଯାତ୍ରା ସମ୍ପାଦକ ଯାତ୍ରା କିପରି ସୁଚାର ରୂପେ ପରିଚାଳିତ ହୋଇ ପାରିବ ସେ ନେଇ ଗଣମାଧ୍ୟମଙ୍କ ମଧ୍ୟରେ ଆଲୋଚନା କରିଥିଲେ।ପରେ ଯାତ୍ରା ପରିଚାଳନା କମିଟିର ଉପସଭାପତି ସୁଜିତ କୁମାର ବେହେରା ଯାତ୍ରା ପାଇଁ ପାର୍କିଂ, ସିସିଟିଭି, ଶୌଚାଳୟ, ପୋଲିସ ମୁତୟନ, ପୌର ପାଳିକା ଦ୍ୱାରା ପରିଷ୍କାର ପରିଛର୍ଣ୍ଣ ଏବଂ ମିନାବଜାର , ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କେଉଁଠାରେ ଓ କିପରି ସୁଚାର ରୂପେ କାର୍ଯ୍ୟକ୍ଷମ ହେବ ସେ ନେଇ ବକ୍ତବ୍ୟ ରଖିଥିଲେ।ଏଥି ସହିତ ଅର୍ଥ ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି ସାମ୍ବାଦିକଙ୍କୁ କନ୍ଧମାଳର ୨୫ତମ ମା ନାରାୟଣୀଙ୍କ ଯାତ୍ରାକୁ ଏପରି ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ ଯେପରିକି ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହେଉଥିବା ମହୋତ୍ସବରେ କନ୍ଧମାଳର ନାରାୟଣୀ ଯାତ୍ରା ଯେପରି ସ୍ଥାନ ପାଇବ ପାରିବ ସେ ନେଇ ନିଜର ମତ ରଖିବା ସହିତ ଅଧିକ ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଥିଲେ।ଏ କ୍ଷେତ୍ରରେ ଗଣମାଧ୍ୟମର ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ମଧ୍ୟ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାତ୍ରା ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ସାମ୍ବାଦିକଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.