ସାମନ୍ତିଆପଲ୍ଲୀ ବନ ବିଭାଗ ପକ୍ଷରୁ ଚଢାଉ, ତିନିଗୋଟି ସ୍ଥାନରୁ ୧୨୦ ସିଏଫଟି ମୁଲ୍ୟବାନ କାଠ ଜବତ, ଜଣେ ଗିରଫ

add-all

ପାତ୍ରପୁର : ସାମନ୍ତିଆପଲ୍ଲୀ ରେଞ୍ଜ ତରଫରୁ ଆଜି ତିନିଗୋଟି ସ୍ଥାନରେ ଚଢ଼ାଉକରି ୧୨୦ ସିଏଫଟି ଶାଗୁଆନ କାଠ ଜବତ କରିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି। ବେଆଇନ ଭାବେ ବହୁ ମୁଲ୍ୟବାନ ଶାଗୁଆନ କାଠ ଗଛିତ ରଖିଥିବା ନେଇ କୋୖଣସି ସୁତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ଏହି ରେଞ୍ଜ ଅନ୍ତର୍ଗତ ମନ୍ଦରଡା ପଞ୍ଚାୟତର ବୁଡାଗଡ଼ ଗ୍ରାମର ଗୋଟିଏ ଘର ମଧ୍ୟରେ ଥିବା ପ୍ରାୟ ୪୦ ସିଏଫଟି କାଠ ଗଣ୍ଡି ସହିତ ପଟା ଜବତ କରିଥିଲେ ।

ସେହିପରି ତୁରିବୁଡି ପଞ୍ଚାୟତର ଉଲୁମା ଏବଂ କଣ୍ଟାଖାଳି ଗ୍ରାମର ଦୁଇଟି ଗୁହାଳ ରୁ ପ୍ରାୟ ୮୦ ସିଏଫଟି ସାଗୁଆନ କାଠ ଜବତ କରାଯାଇଛି। ବିଭାଗ ପକ୍ଷରୁ Case no. – OR 34/2022-23, UD 2& 3/2022-23 ମାମଲା ରୁଜୁ କରି ବୁଡା ଗ୍ରାମର ର ସୁର୍ଯ୍ୟ ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତି ଙ୍କୁ ବେଆଇନ କାଠ ରଖିବା ଅଭିଯୋଗରେ ଗିରଫ କରାଯାଇଛି ଏହି ଚଢ଼ାଉବେଳେ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ସହିତ ଉପଖଣ୍ଡ ବନ ଅଧିକାରୀ ଅଶୋକ କୁମାର ବେହେରା ରେଞ୍ଜର ରଜତ କୁମାର ମିଶ୍ର ଫରେଷ୍ଟର ଗିରିଶଚନ୍ଦ୍ର ରାୟ, କେ କବିତା, କାମନା ଭୂୟାଁଙ୍କ ସହିତ ଅନ୍ୟ ବନ କର୍ମଚାରୀ ମାନେ ସାମିଲ ଥିଲେ।

ad-week
Leave A Reply

Your email address will not be published.