ଜାଲ ସାର୍ଟିଫିକେଟ ଦେଇ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଅଭିଯୋଗ

add-all

ଦାରିଙ୍ଗବାଡ଼ି,(୩୦/୪) : ଜାଲ ସାର୍ଟିଫିକେଟରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ହୋଇଥିବା ଅଭିଯୋଗ ଆଣିଛନ୍ତି ପର୍ତମାହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପେତରବାଡ଼ି ଗ୍ରାମର ଜୁନସ ପ୍ରଧାନ । ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ବଗୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ନିଯୁକ୍ତି ପାଇଥିବା ଅଙ୍ଗନବାଡ଼ି କର୍ମୀ ଯୁନାରି ପ୍ରଧାନ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ କରି ଜୁନସ ସୂଚନା ଅଧିକାର ବଳରେ ସାର୍ଟିଫିକେଟ ବାହାର କରି ଉକ୍ତ ସାର୍ଟିଫିକେଟ ନଂ-୨୭୮୯୧୧/୧୮.୦୪.୨୦୦୮ ର ନକଲ କପି ପଢୁଥିବା ସମ୍ପୃକ୍ତ ଦାରିଙ୍ଗବାଡ଼ି ସ୍ଥିତ ସରକାରୀ ସ୍କୁଲକୁ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିଲେ। ସେହି ସମୟରେ ଉକ୍ତ ସାର୍ଟିଫିକେଟ ତଥ୍ୟ ସ୍କୁଲ ରେକର୍ଡରେ ଲିପିବଧ ନଥିବା ସ୍କୁଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯାହାକି ଉକ୍ତ ସାର୍ଟିଫିକେଟ ସମ୍ପୂର୍ଣ୍ଣ ଜାଲ ହୋଇଥିବା ଜୁନସ ଅଭିଯୋଗ କରିଛନ୍ତି । ଅଙ୍ଗନବାଡ଼ି କର୍ମୀ ୨୦୦୯ ଡିସେମ୍ବର ୧୦ ତାରିଖ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବଗୁଟି ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାମ କରି ଆସୁଛନ୍ତି । ଜୁନସ ପ୍ରଧାନ ଏନେଇ ଦାରିଙ୍ଗବାଡ଼ି ସିଡିପିଓ କାର୍ଯ୍ୟାଳୟ ଥାନା,ଫୁଲବାଣୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟଳୟରେ ଅଭିଯୋଗ କରିଛନ୍ତି । ଏନେଇ ଦାରିଙ୍ଗବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ଆସିଛି, ଏହାର ତଦନ୍ତ ଚାଲିଛି । ଯଦି ସାର୍ଟିଫିକେଟ ଜାଲ ହୋଇଥାଏ ତାହାଲେ ଆଇନ ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ଦଣ୍ଡିତ ହେବେ ବୋଲି କହିଥିଲେ । ହେଲେଏନେଇ ସତ୍ୟା ସତ୍ୟ ଜାଣିବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ହୋଇପାରିନାହିଁ ।

ad-week
Leave A Reply

Your email address will not be published.