ବ୍ରହ୍ମପୁର : ସ୍ଥାନୀୟ ବାବାଳିତୋଟା ସାହିସ୍ଥିତ ହୋଟେଲ ଜେ.ବି.ପ୍ରାଙ୍ଗଣ ବୈଠକ ଗୃହଠାରେ ଅର୍ଜୁନ ହସ କ୍ଲବ, ବ୍ରହ୍ମପୁର ତରଫରୁ ବିଶ୍ଵ ହସ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ଆଜିର ଏହି ଦିବସରେ କ୍ଲବର ସଭାପତି ଇଂ. କିଶୋର ଚନ୍ଦ୍ର ଜେନା ସଭାପତିତ୍ବ କରିଥିଲେ ଏବଂ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ ସ୍ଵାଗତ ଭାଷଣ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ପ୍ରଦାନ କରି ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଈ. ବିବେକ ରେଡି ଓ ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଆଂଚଳିକ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ ଡ଼.କୈଳାଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇଥିଲେ । ପ୍ରାରମ୍ଭରେ ଉତ୍କଳ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା ଏବଂ ଦିବଂଗତ ସଦସ୍ୟମାନଙ୍କର ଅମର ଆତ୍ମାର ଶାନ୍ତି ଓ ସଦ୍ଗତ କାମନା କରି ୨ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ଶ୍ରୀ ସିମାଂଚଳ ପ୍ରସାଦ ବିଷୋୟୀ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ନରସିଂହ ସାହୁ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ । ଆଜିର ଏହି ସଭାରେ ଉପସ୍ଥିତ ଥିବା ଅତିଥି ଓ ମୁଖ୍ୟ ବକ୍ତା ଡା.କୈଳାଶ ଚନ୍ଦ୍ର ତ୍ରିପାଠୀ ନିଜ ନିଜର ବକ୍ତବ୍ୟରେ ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ତଥା ଇଣ୍ଟରନେଟ୍ ଯୁଗରେ ସୁସ୍ଥ ଶରୀରପାଇଁ “ହସ” ଓ “ଯୋଗ”ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଜି ଏହି ଦିବସରେ କ୍ଳବ ତରଫରୁ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଓ ଡେପୁଟି ମେୟର ଇ. ବିବେକ କୁମାର ରେଡିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା । କ୍ଳବର ୩ ଜଣ ବରିଷ୍ଠ ସଦସ୍ୟ ଶ୍ରୀ ଟି.ନାଗଭୂଷଣ ରାଓ, ପ୍ରଭାସ କୁମାର ଚୌଧୁରୀ ଓ ବୈଷ୍ଣବ ଚରଣ ରାଉତରାୟଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବି.ବେଣୁଗୋପାଳ ପାତ୍ର, ଡା.ସୁବ୍ରତ କୁମାର ସାହୁ, ଡା.ସମରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ନରସିଂହ ସାହୁ, ସତ୍ୟବାଦୀ ପାତ୍ର, ରବିନ୍ଦ୍ର ନାଥ ପ୍ରଧାନ, ନାରସୁ ଜେନା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶିରିଶ ପ୍ରସାଦ ମିଶ୍ର, ବିପ୍ରଚରଣ ପାତ୍ର, ଅନନ୍ତରାମ ପଣ୍ଡା, ରବିନ୍ଦ୍ରନାଥ ସାହୁ, ଚନ୍ଦ୍ର ବେହେରା, ଏମ୍.ଏସ. ମଲିକ, ମହନ୍ତ ସାନ୍ତରା ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ପରିଚଳାନାରେ ସହଯୋଗ କରିଥିଲେ ।ଶେଷରେ ଡା.ସୁବ୍ରତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।



