କୋଳିହଳା ରେ ପାଗଳ ହନୁ ଆତଙ୍କ, ତିନି ଦିନ ରେ ଚାରି ଜଣଙ୍କୁ ଆକ୍ରମଣ…

add-all

ପାତ୍ରପୁର-ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ପାଗଳ ହନୁ ଆକ୍ରମଣରେ ଚାରି ଜଣ ଘାଇଲା ହୋଇଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।ଗତ ତିନି ପୁର୍ବେ ଗ୍ରାମର ରିନୁ ପ୍ରଧାନ, ନିରୁପମା ପ୍ରଧାନ ଙ୍କୁ ଆକ୍ରମଣ କରିଥିବା ବେଳେ ରବିବାର ଅପରାହ୍ନରେ ଗେଲି ବେହେରା ନିଜ ଘର ବାଡିରେ ବାସନ ସଫାକରୁଥିବା ବେଳେ ଦୁଇ ରୁ ତିନି ପାଗଳ ହନୁ ଆକ୍ରମଣ କରି ଗୋଡ଼ ଓ ଜଙ୍ଗ ରୁ ପୁଳା ପୁଳା ମାଂସ ନେବା ସହ ରକ୍ତାକ୍ତ କରିଦେଇଥିଲେ ।ଯାହାରି ଫଳରେ ତାଙ୍କୁ ପରିବାର ଲୋକେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ହନୁ ଦଳରେ ଥିବା ଦୁଇ ରୁ ଚାରି ହନୁ ପାଗଳ ହୋଇ ଯାଇଛନ୍ତି। ଏବଂ କିଛି ଲୋକଙ୍କ ଘର ଭିତରେ ପଶି ଆକ୍ରମଣ କରୁଥିବା ପ୍ରକାଶ କରିଛନ୍ତି।ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାସହ ଗ୍ରାମ ରେ ଥିବା ପାଗଳ ହନୁ କୁ କାବୁ କରି ଚିକିତ୍ସା କରାଇବାକୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.