ଗଦାପୁର ମଦରମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

add-all

ଦାରିଙ୍ଗବାଡ଼ି,୮/୫, ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗଦାପୁର ସ୍ଥିତ ମଦର ମେରୀ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପାଳନ କରାଯାଇଛି । କରୋନା ସଂକ୍ରମଣ କଟକଣାରୁ ଦୀର୍ଘ ଦୁଇ ବର୍ଷଧରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ହୋଇ ପାରିନଥିଲା । ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷା ଦାନ କରିବା ସହ ନାମଲେଖା ମଧ୍ୟ ହୋଇଛି । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ କରାଯାଇ ଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାଲିଗୁଡ଼ା ଆଇଟିଡିଏ ତଥା ବର୍ତ୍ତମାନର ପାରଳାଖେମୁଣ୍ଡି ଏଡିଏମ ରାଜେନ୍ଦ୍ର ରଞ୍ଜିତ, ମୁଖ୍ୟ ବକ୍ତା ଭାବେ ଗଦାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ଏନ.ରାଉତ, ସମ୍ମାନିତ ଅତିଥି ଭାବେ ତାଜୁଙ୍ଗି ସରପଞ୍ଚ ଚୁମୁକି ପ୍ରଧାନ, ଗଦାପୁର ସରପଞ୍ଚ କୁମାରୀ ମଲିକ, ଅବସର ପ୍ରାପ୍ତ ଶିକ୍ଷକ ସୁବାସ ରଣସିଂ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରେମାନନ୍ଦ ରାଣସିଂ ଅଧ୍ୟକ୍ଷ କରିଥିଲା ବେଳେ ବିଦ୍ୟାଳୟ ଅଧ୍ୟକ୍ଷା ସୋନାମିକା ପ୍ରଧାନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଅଭିଭାବକ ମାନଙ୍କୁ ମନରଞ୍ଜନ କରାଇଥିଲେ । କର୍ମକର୍ତ୍ତା ଗାୟିତ୍ରୀ ସାହୁ, ପଦ୍ମିନୀ ମଲିକ, ବିମଳା ବିସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.