ମାଲକାନଗିରି : କିଡନୀ ରୋଗରେ ପୀଡ଼ିତା ବୃଦ୍ଧାଙ୍କ ମୁଣ୍ଡ ଉପରେ ଦୁଇ ମସ୍ତିଷ୍କ ବିକୃତ ପୁଅ ଝିଅଙ୍କ ବୋଝl ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୩୪ ଗ୍ରାମରେ l ଏହି ଗ୍ରାମରେ ବାସ କରୁଥିବା ବୃଦ୍ଧା ମହିଳା ଫୁଲୁ ମଣ୍ଡଲ ବୟସ ପ୍ରାୟ ୬୦ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ୭ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁହୋଇଯାଇଥିଲା l ଏବେ ପରିବାରର ବୋଝ ମୁଣ୍ଡାଇଛନ୍ତି ଏହି ବୃଦ୍ଧା ମହିଳା ଜଣକ, ବର୍ତମାନ ପରିବାର କହିଲେ ଦୁଇ ମସ୍ତିଷ୍କ ବିକୃତ ପିଲା ଓ ବୃଦ୍ଧାଙ୍କୁ ବୁଝାଏ l ପୁଅ ମାଧବ ମଣ୍ଡଲ ବୟସ ୩୫ ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ଝିଅ ମାଧୁରୀର ବୟସ ୪୦ ବର୍ଷ ହେବ l ପୁଅଟିକୁ ସଠିକ ଭାବରେ ଦେଖାଯାଉନ ଥିବା ଭଲରେ କହିବା ଓ ଶୁଣି ମଧ୍ୟ ପାରୁ ନାହିଁ l ସେହିଭଳି ଝିଅଟି ମଧ୍ୟ ଠିକ ସେ ନଶୁଣିବା ନଦେଖିବା ସହ ମୁକ ଭାବରେ ଗୋଟିଏ ଜାଗାରେ ବସି ରହୁଛି l ଏହି ପରିଣତି ବୟସରେ ନିଜ ପୁଅ ଝିଅକୁ ବାହା ଦେବା ଖୁସି ବଦଳରେ ନିଜ ମୃତ୍ୟୁ ପରେ ଏହି ୨ ପୁଅ ଝିଅଙ୍କ ଭବିଷ୍ୟତ ନେଇ ଚିନ୍ତାରେ କିଡ଼ନୀ ଆକ୍ରାନ୍ତା ବୃଦ୍ଧା ଫୁଲୁ ମଣ୍ଡଳ l ୨ ପୁଅ ଝିଅ ଓ ନିଜ ପାଇଁ ଔଷଧ ବାବଦରେ ମାସକୁ 2000 ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ପାଉଥିବା ସରକାରୀ ସହାୟତା ନାମକୁ ମାତ୍ର ହୋଇପଡିଛି l ବୃଦ୍ଧାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ, ନିକଟରେ ଗୁହାରୀ କରିଥିଲେ ମଧ୍ୟ ବିଜୁ ପକ୍କା ଘର ମିଳିନାହିଁ । ମିଳିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡଟି କାର୍ଯ୍ୟକରୁ ନାହିଁ l ମାତ୍ର ୧୫ କିଲୋ ପିଡିଏସ ଚାଉଳ ଓ ମାତ୍ର ୧୫୦୦ଟଙ୍କା ଭତ୍ତାରେ ଗୋଟିଏ ପରିବାର ଚାଲିବା କଷ୍ଟକର ହୋଇପଡୁଛି ଅନ୍ୟ ସାମଗ୍ରୀ ତଥା ଡାଲି, ଲୁଣ, ତେଲ ଓ ପରିବା ପାଇଁ ବହୁ ଜାଗାରେ ହାତ ପତାଇବା କୁ ପଡୁଛି । ଏହି ଅସହାୟ ବୃଦ୍ଧାଙ୍କ ପରିବାର ବିଷୟରେ ଖବର ପାଇଁ ଇଣ୍ଟେରନେସନାଲ ହ୍ୟୁମାନ ରାଇଟ କମିଶନର ସଦସ୍ୟମାନେ mv 34 ଗ୍ରାମରେ ପହଁଚି ବୃଦ୍ଧାଙ୍କ ସହ ମିଶିବା ପରେ ଗୋଟିଏ ବସ୍ତା ଚାଉଳ ସହ କିଛି ରୋଷେଇ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା କୁ ନେଇ ପ୍ରଶାସନ ନିକଟରେ ଅବଗତ କରାଇବାକୁ ପ୍ରତଶୃତି ଦେଇଥିଲେ l ଆଜି ଏହି ପରିବାର କୁ ସହାୟତା ଦେବା ସମୟରେ ମାଲକାନଗିରି ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟ କମିଶନର ସଭାପତି ବି ଶ୍ରୀନିବାସ ପାତ୍ର, ସାଧାରଣ ସମ୍ପାଦକ ନୀଳମାଧବ ସିଂ ,ଅପୂର୍ବ ଥଣ୍ଡର ,ବସନ୍ତ କୁମାର ଜେନା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
