ରୋଷେଇ ଗ୍ୟାସର ଦରବୃଦ୍ଧି ବିରୁଦ୍ଧରେ ରାଉରକେଲାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

add-all

ରାଉରକେଲା (୧୨/୦୫) : ଦେଶରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବୃଦ୍ଧି ବିରୁଦ୍ଧରେ ରାଉରକେଲା ରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ , ଡିଜେଲ ଆଦିର ଦର ବୃଦ୍ଧି ଲୋକଙ୍କୁ ଅସହ୍ୟ ହୋଇପଡିଥିବା ବେଳେ ଏବେ ରୋଷେଇ ଗ୍ୟାସ ରେ ଦର ବୃଦ୍ଧି ସିଧାସଳଖ ଲୋକଙ୍କ ରୋଷେଇ ଘରେ ପଡିଛି। ଆଜି ରାଉରକେଲା ରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୧ ହଜାର ୫୯ ଟଙ୍କା। ଏହି ଦର ବୃଦ୍ଧି ପ୍ରତିବାଦ ରେ ଛାତ୍ର କଂଗ୍ରେସ ପକ୍ଷରୁ ଆମ୍ବେଦକର ଛକ ନିକଟରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଖାଲି ଗ୍ୟାସ ଟାଙ୍କି ଧରି ଏକ ଶୋଭାଯାତ୍ରାରେ ବାହାରି ଉଦିତନଗର ଆମ୍ବେଦକର ଛକରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପେଟ୍ରୋଲ , ଡିଜେଲ , ଗ୍ୟାସ ଦର ଶୀଘ୍ର ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ad-week
Leave A Reply

Your email address will not be published.