ଜାତିଗତ ପ୍ରମାଣ ପତ୍ର ଭେରିଫିକେସନ କରିବା ଅବହେଳା, ଛାତ୍ରଛାତ୍ରୀ ସମେତ ଅଭିଭାବକ ହନ୍ତସନ୍ତ

add-all

ଦାରିଙ୍ଗବାଡ଼ି, (୧୩/୫) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ ଅଧୀନରେ ୭ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧିନସ୍ତ ଆର ଆଇ ବାବୁ ମାନେ, ଛାତ୍ରଛାତ୍ରୀ ଆପ୍ଲାଇ କରିଥିବା ଜାତିଗତ ପ୍ରମାଣ ପତ୍ର ଭେରୀଫିକେସନ କରି ସୂଚନା ଦେବାରେ ଅବହେଳା କରୁଥିବାରୁ, ତହସିଲ କାର୍ଯ୍ୟାଳ ପକ୍ଷରୁ ଆପ୍ଲିକେସନ ରିଜେକ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ଯାହାରି ଫଳରେ ଜାତିଗତ ପ୍ରମାଣ ପତ୍ର ଠିକ ସମୟରେ ନପାଇ ଛାତ୍ର ଛାତ୍ରୀ ମାନେ ସ୍କୁଲରେ ଜଇନିଙ୍ଗ ହୋଇ ପାରୁନାହାନ୍ତି। ଯାହାରି ଫଳରେ ଛାତ୍ର ଛାତ୍ରୀ ସମେତ ଅଭିଭାବକ ମାନେ ହଇରାଣ ହରକତ ହେବା ସହିତ ଆର୍ଥିକ କ୍ଷତି ସହୁଥିବା ଅଭିଯୋଗ ହେଉଛି। ଏହି ଭଳି ଅଭିଯୋଗ ବ୍ରାହ୍ମଣୀଗାଁ, ଗଦାପୁର ଓ କାଟିଙ୍ଗିଆ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧିନ ଅଞ୍ଚଳରୁ ଆସିଛି। ଏଣୁ ତହସିଲଦାର ଏହି ଭଳି ଅବହେଳା ନ କରିବାକୁ ପ୍ରତେକ ରାରସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେବାର ଆବଶ୍ୟକତା ରହିଛି ବୋଲି ସର୍ଵ ସାଧାରଣରେ ଆଲୋଚନା କରୁଥିବା ଜଣାପଡିଛି। ଏହି ସମସ୍ୟା ସମ୍ପର୍କରେ ତହସିଲଦାର ଚାର୍ଲେସ ନାୟକଙ୍କୁ ଅବଗତ କରିବାରୁ ,ନିଶ୍ଚିତ ଦୃଷ୍ଟି ଦିଆଯିବ ବୋଲିକହିଛନ୍ତି।

ad-week
Leave A Reply

Your email address will not be published.