ପୌର ବଜେଟ.. ନୁଆଁ ବୋତଲରେ ପୁରୁଣା ମଦ : “ପୀତବାସ ପଣ୍ଡା”

add-all


ବ୍ରହ୍ମପୁର -ଚଳିତ ଆର୍ଥିକ ବର୍ଷ ପାଇଁ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ 4ସହ 62କୋଟି ଟଙ୍କାର ଏକ ବଜେଟ ଅନୁମୋଦନ କରିଛି, ଯାହାର କି ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ l ବଜେଟରେ ମହାନଗର ନିଗମର ବିଭିନ୍ନ ସୂତ୍ରରୁ ପ୍ରାୟ ମାତ୍ର 33କୋଟି ଆଦାୟ ଥିବା ବେଳେ କେବଳ ଦରମା ଓ ଅଫିସ ଖର୍ଚ୍ଚ ପ୍ରାୟ 91କୋଟି କରାଯିବାକୁ ଧାର୍ଯ୍ୟ କରାଯାଇଛି l ଦୀର୍ଘ ଦିନଧରୀ କ୍ଷମତାରେ ଥିବା ବିଜୁ ଜନତା ଦଳ ବ୍ରହ୍ମପୁର ପୌର ସଂସ୍ଥାକୁ ଦେବାଳିଆ କରିସାରିଛି l ବ୍ୟାପକ ଅନିୟମିୟତା ଓ ଦୁର୍ନୀତି ରେ ବୁଡି ରହିଥିବା ପୌର ସଂସ୍ଥା କେବଳ ବ୍ରହ୍ମପୁର ବାସୀଙ୍କୁ ସ୍ବପ୍ନ ଦେଖାଇବାରେ ବ୍ୟସ୍ତ l ନୁଆଁ ବୋତଲରେ ପୂରୁଣା ମଦ ବିକ୍ରି କରିବା ଯାହା ଚଳିତ ପୌର ବଜେଟ ତାହା ବୋଲି ଆଇନଜୀବି ତଥା ଶ୍ରମିକ ନେତା ପୀତବାସ ପଣ୍ଡା କହିଛନ୍ତି l


ଗତବର୍ଷର ପୌର ବଜେଟରେ ଗୋଶାଣୀନୁଆଗାଁ ବେଡା ବନ୍ଧକୁ ଏକ ଲୋଭନୀୟ ପାର୍କ କରିବାକୁ 50କୋଟି ବ୍ୟୟ ବରାଦ କରାଯାଇଥିଲା କିନ୍ତୁ ଗୋଟିଏ ଟଙ୍କା ବି ଖର୍ଚ୍ଚ କରାଗଲା ନାହିଁ l ନିର୍ବାଚନ କୁ ଅଖି ଆଗରେ ରଖି ଶାସକ ଦଳ ସେ ସମୟରେ ଏହାକୁ ବ୍ୟାପକ ପ୍ରଚାର କରିଥିଲା l ଠିକ ସେପରି ପୋଖରୀ ପୁନରୁଦ୍ଧାର, ନୂତନ ଖେଳ ପଡିଆ, ପ୍ରତି ୱାର୍ଡରେ ପାର୍କ ପ୍ରଭୁତି ପ୍ରତିଶୃତି ଦେଇଥିଲେ କିନ୍ତୁ କିଛି ବି ପୂର୍ଣ୍ଣ କଲେ ନାହିଁ, ବରଂ ଗଛ ଲଗେଇବା, କାନ୍ଥରେ ଚିତ୍ର କରିବା, ପୋଖରୀ ଖୋଲିବା, କରୋନା ନାଁ ରେ କୋଟିକୋଟି ଟଙ୍କା ଆତ୍ମାସାତ କଲେ, ଏଣୁ ବ୍ରହ୍ମପୁର ଜନସାଧାରଣଙ୍କ ସେବା କାରବାକୁ ଥିବା ପୌର ସଂସ୍ଥା ବର୍ତମାନ ଶାସକ ଦଳର ଅପାରଗତା ଓ ଦୁର୍ନୀତି ଯୋଗୁ ଦେବାଳିଆ ହୋଇଯାଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିବା ସହ ବ୍ରହ୍ମପୁର ର ଉର୍ନ୍ନତି ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ହଜାର କୋଟି ଟଙ୍କା ର ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବୀ କରିଛନ୍ତି l

ad-week
Leave A Reply

Your email address will not be published.