ହିଞ୍ଜିଳିକାଟୁ ରେ ଲକ୍ଷ୍ମୀନୃସିଂହ ଯାତ୍ରା ଆରମ୍ଭ

add-all

ହିଞ୍ଜିଳିକାଟୁ (୧୪/୫) : ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାମକ ଯାତ୍ରାତ୍ସୋବର ପ୍ରଥମ ଦିବସ ଶନିବାର ପାଟଣାସାହି ୨ୟ ଦିବସ ରବିବାର ଦିନ କେଉଟ ସାହି ଓ ତୁତି଼ୟ ଦିବସ ସୋମବାର ବଡ଼ ରଙ୍ଗଣି ସାହି ପକ୍ଷରୁ ମହାଆଡ଼ମ୍ବର ସହକାରେ ପାଳନ କରାଯିବ। ପ୍ରଥମ ଦିନ ପାଟଣା ସାହି , ରେଗିଡିସାହି,ବ୍ଳକକଲୋନି,ବଜାର ପରିବାବଜାର ,ଦ୍ତିତିୟଦିନ କେଉଟ ସାହି ତରଫରୁ ମହାପ୍ରଭୁଙ୍କୁ ପରିକ୍ରମା କରାଯିବା ସହ ବାଣ ପଟୁଆର ହେବ ଓ ଶେଷ ଦିନ ବଡ ରଙ୍ଗଣି ସାହି ତରଫରୁ ପଟୁଆର ସହ ମହାପ୍ରଭୁଙ୍କୁ ପରିକ୍ରମା କରାଯିବା ସହ ବାଣ ପଟୁଆର ହେବ ବୋଲି ସଭାପତି ତଥା ବିଜେଡି ପୌରାଚଂଳ ସଭାପତି ଭୀମସେନ ଵେହେରା ସୁଚନା ଦେଇଛନ୍ତିଯାତ୍ରା ସକାଶେ ସୁଊଚ୍ଚ ତୋରଣ, ରଙ୍ଗ ବେରଙ୍ଗ ବାନା ସହ ଆଲୋକମାଳାରେ ସାରାସହର ଝଲସି ଉଠିଥିଲା ।

ଶନିବାର ପ୍ରାତଃହରୁ ମାନସିକ ଧାରୀ ବ୍ୟକ୍ତି ମାନେ କୃଷ୍ଣ, ବଳରାମ,ରାମ,ସୀତା, ହନୁମାନ, ବାଘ- ବାଘୁଣି, ଡ଼ାହାଣି,ଅସୁରୁଣି, ବାଘ, କାଚରା, ଖଟବିଦ୍ୟା, ମେହେନ୍ତର, କୁଷ୍ଠରୋଗୀ, ପ୍ରମୁଖ ବେଶରେ ନିଜକୁ ସୁ ସଜ୍ଜିତ କରି ଗ୍ରାମ ପରିକ୍ରମା କରିତିଲେ । ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ତରଫରୁ ଅନୁଷ୍ଠାନର କୁନି କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଲକ୍ଷ୍ମୀନୃସୀଂହ କଳା ମନ୍ଦିର ର ଗୁରୁ ଲିଙ୍ଗରାଜ ସେନାପତି ଲକ୍ଷ୍ମୀ ନୃସିଂହ ମନ୍ଦିର। ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଅନୁଷ୍ଠିତ ହେବବୋଲି ସୂଚନା ଦେଇଛନ୍ତି ।

ହିଂଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ରାଜା ସାହିରେ ବୀର ଇନ୍ଦ୍ରଜିତ ରଥ, ଦେଓଘର ସାହିରେ ବୀର ଅର୍ଜୁନ ରଥ,ଶ୍ରୀ ଜଗନ୍ନାଥ ରଥ ସମେତ ବଳି ରାଜାଙ୍କ ୩ ପାଦ ଭୂମି ପ୍ରଦାନ, ବାହୁବଳୀ ଓ ମୋଟୁ ପତଳୁ କଳାକୁଂଜ ସ୍ଥାପନ କରାଯାଇଥିଲା । ସେହିପରି କେଉଟ ସାହିରେ ଗରୁଡ଼ ରୂଢ ବିଷ୍ଣ, କାମଧେନୁ ଗାଇ, କୈଳାସ ପର୍ବତରେ ଭଗବାନ ଶିବଙ୍କ ତପସ୍ୟା, ନାରାୟଣଙ୍କ ଅନନ୍ତ ଶୟନ, ଢେଙ୍କିଶାଳ କଳାକୁଂଜ ସମେତ ଜଗନ୍ନାଥ ରଥ ରହିଥିଲା । ଥାନା ସାହିରେ ବୀର ପର୍ଶୁରାମ, ଦାନ ବୀର ହରିଶ୍ଚନ୍ଦ୍ର, କଳାକୁଂଜ ସ୍ଥାପନ କରାଯାଇଥିବା ବେଳେ ବଡ଼ ରଙ୍ଗଣି ସାହିରେ ଅଗ୍ରଜ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ରାଧାକୃଷ୍ଣ ଝୁଲଣ, ବୀର ହନୁମାନ କଳାକୁଂଜ ସମେତ ଜଗନ୍ନାଥ ରଥକୁ ଆମନ୍ତ୍ରିତ କରାଯାଇଥିଲା ।ଶନିବାର ହିଞ୍ଜଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ତିନିସାହିକୁ ଯାଇ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ଵନ୍ଦ ଲଫଫାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.