ବ୍ଳକ ସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ ୧୪/୫ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଏବଂ ସମ୍ମାନିତ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ସ୍ଥାନୀୟ ସରପଞ୍ଚ ନିଳାଞ୍ଚଳ ସାହୁ ପ୍ରମୁଖ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଆଦେଶ ପ୍ରକାରେ ଶିଶୁ କନ୍ୟା ଓ ମାଆ ମାନଙ୍କୁ ବିଶେଷ କରି ଗୁରୁତ୍ୱାରୋପ ଦେଇ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ଳକ ସ୍ତରୀୟ ମୋ ଗେଲ୍ହାଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସମସ୍ତ ବ୍ଳକ ରେ ମୋ ଗେଲ୍ହାଝିଅ କାର୍ଯ୍ୟକ୍ରମ ହେଉଥିବା ବେଳେ ଶନିବାର ସାରୁ ପଞ୍ଚାୟତ ପରିସରରେ ସମନ୍ୱିତ ଶିଶୁ ଓ ମହିଳା ସେବା ବିକାଶ ପ୍ରକଳ୍ପ ଅଧିକାରଣୀ ଅଂଶୁପା ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଶୁଭ ଆରମ୍ଭ ପରେ ମୁଖ୍ୟ ଅତିଥି ସ୍ଥାନୀୟ ଗ୍ରାମର ଅର୍ଚ୍ଚନା ମହାପାତ୍ର, କାବେରୀ ବେହେରା ଓ ବନିତା ଦାସ ଙ୍କର ନବଜନ୍ମିତ ଶିଶୁକନ୍ୟା ମାନଙ୍କ ସହିତ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା।ଗଞ୍ଜାମ ଜିଲ୍ଲାପାଳ ଙ୍କ ପ୍ରଶଂସାପତ୍ର ପ୍ରଦାନ କରିବା ବେବି କୀଟ୍ ପ୍ରଦାନ କରାଯାଇଛି । ପରେ ଶିଶୁ ମାନଙ୍କୁ ବନ୍ଦାପନା କରି ହଳଦୀ ପାଣିରେ ପାଦ ହାତ ମର୍ଦନ କରାଯାଇଥିଲା । ମାଆ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ କେକ୍ କାଟି ସମସ୍ତ ମାଆ ମାନଙ୍କୁ ଖୁଆଇଥିଲେ । ସିଡିପିଓ ଅଂଶୁପା ସାହୁ ମୋ ଗେଲ୍ହାଝିଅ,ନିର୍ଭୟା କଢି,ପ୍ରତେକ ଝିଅ ଅନନ୍ୟ, ଅଦ୍ଵିକା,ବାଲ୍ୟ ବିବାହକୁ ନା, ଏହପରି ସମସ୍ତ ବିଷୟ ଉପସ୍ଥିତ ମହିଳା ମାନଙ୍କୁ ମତ ପ୍ରକାଶ କରି ସର୍ବଶେଷରେ ବାଲ୍ୟ ବିବାହ ନିଷେଧ କରିବାକୁ ଶପଥ ପାଠ କରାଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭାଇଜର ମମତା କୁମାରୀ ଦାଶ, ଅଙ୍ଗନବାଡି କର୍ମୀ ସୀତା ଦେବୀ ମହାପାତ୍ର, ସ୍ନିଗ୍ଧା ଶ୍ରୀ ପାଢ଼ୀ, ବବିତା ପାତ୍ର, ସୁଜ୍ଞାନୀ ଦାସ, ଗୀତାଞ୍ଜଳି ସାହୁ, ପିଙ୍କି ବେହେରା, ସମସ୍ତ ସହାୟିକା ପ୍ରମୁଖଙ୍କ ସମେତ ସମସ୍ତ ଆଶା କର୍ମୀ ଯୋଗ ଦେଇ ଥିବା ବେଳେ ଏହି ସମସ୍ତ କାର୍ଯ୍ୟକୁ ଅଙ୍ଗନବାଡି କର୍ମୀ କିରଣ ବାଳା ପଣ୍ଡା ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.