ସମ୍ବାଦପତ୍ର ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ,ବିଭାଗୀୟ କର୍ମଚାରୀ ତଥା ଖବରକାଗଜ ହକର ମାନଙ୍କ ମଧ୍ୟରେ ଲାଲ ଶଙ୍କର ପତି, ସମୀର ଜୟପୁରୀଆ, ଶୁଭେନ୍ଦୁ ସାହୁ, ପ୍ରଶାନ୍ତ ରଥ, ୟାକୁବ ତିର୍କୀ, ବିକାଶ ସାହୁ, ସୁଶାନ୍ତ ମଗର, ଦିଲ୍ଲୀପ ସରେନ୍, ରିତେଶ ସାହୁ, କୃଷ୍ଣ ବଞ୍ଛୋର୍ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ରେ ମୋଟ ୧୧୦ ଜଣ ଖବରକାଗଜ ହକର ପଞ୍ଜୀକୃତ ଅଛନ୍ତି ଏବଂ ପୂର୍ବରୁ ସେମାନଙ୍କୁ କୋଭିଡ ସହାୟତା ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ତଥା ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଅଛି।

ad-week
Leave A Reply

Your email address will not be published.