ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା….

add-all

ପୁରୁଷୋତ୍ତମପୁର– ଗଞ୍ଜାମ ପୋଲିସ ଜିଲ୍ଲାରେ ଘଟିଲା ପୁଣି ଏକ ହତ୍ୟା କାଣ୍ଡ।ସୂଚନା ଥାଉକି କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଏହି ପରି ଏକ ସ୍ପର୍ଶ କାତର ଘଟଣା ଘଟିଛି।ରାଜୁ ବିଶୋଇ ବୟସ ୫୫ ,ସେ ନିଜ ଗାଁ ଖାଜିଆ ପଲ୍ଲୀ କୁ। ଓଡ଼ି୦୭ଡି୬୨୬୩ନମ୍ବର ବିଶିଷ୍ଟ ନିଜ ଇଣ୍ଡିଗୋ କାରରେ ଫେରୁଥିବା ସମୟରେ ବଣମହୁରୀ ଖଇରାପଲ୍ଲୀ ରାସ୍ତାରେ କିଛି ଦୁର୍ବୁତ୍ତ ମାନେ ଓଆର୦୫ଏଏ ୫୬୫୭ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ ଆସି କାର ଟିକୁ ଅଟକାଇ ଥିଲେ।ଏବଂ କାର ଭିତରୁ ଟାଣି ଆଣି ଖଣ୍ଡା ଏବଂ ବିଭିନ୍ନ ମାରଣାସ୍ତ୍ର ରାଜୁ ବିଶୋଇକୁ ଅତି ନିର୍ମମ ଭାବେ ହତ୍ୟା କରିବା ସହ ମୁଣ୍ଡ ଉପରେ ପଥର ଛେଚି ଘଟଣା ସ୍ଥଳରୁ ବୋଲେରୋ ଗାଡି ଛାଡି ଚମ୍ପଟ ମାରିଲେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁଯାୟୀ ରାଜୁ ବିଶୋଇ ପୂର୍ବରୁ ଏକ ହତ୍ୟା କାଣ୍ଡରେ ସଂପୃକ୍ତ ଥିବା ବେଳେ କିଛି ଦିନ ହେଲା ସେ ଜାମିନରେ ବାହାରକୁ ବାହାରିଥିଲା।ଏହି ହତ୍ୟାକାଣ୍ଡ ପୂର୍ବ ଶତୃତା କୁ କେନ୍ଦ୍ର କରି ଘଟିଥିବା ଇଙ୍ଗିତ କରିଛି।ରାଜୁ ବିଶୋଇ ଙ୍କ କାରରେ ତାଙ୍କ ମାମୁଁ ବସିଥିବା ସୂଚନା ମିଳିଛି, ଯାହାକି ରାଜୁ ବିଶୋଇକୁ ଦୁର୍ବୁତ୍ତ ମାନେ ଗାଡିରୁ ବାହାରକୁ ଟାଣିବା ସମୟରେ ସୁଯୋଗ ନେଇ ତାଙ୍କ ମାମୁଁ ସେ ଠାରୁ ଖସି ଯାଇଥିବା ସୁଚନା ମିଳିଛି।ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ରାଜୁ ବିଶୋଇ ଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।ଏବଂ ସଂଯୋଜିତ ସମସ୍ତ ରାସ୍ତାକୁ ପୋଲିସ ବ୍ଲକ କରି ତଦନ୍ତ ଆରମ୍ଭ କରିଛି।ରାଜୁ ବିଶୋଇ ଙ୍କ ମାମୁଁ ପୋଲିସ ନିକଟରେ ପହଞ୍ଚିବା ପରେ ହୁଏତ ହତ୍ୟାକାଣ୍ଡ ଘଟାଇ ଥିବା ଦୁର୍ବୁତ୍ତ ଚିହ୍ନଟ ହେବା ସହ ପୋଲିସ ତଦନ୍ତରେ ସହଯୋଗ ହୋଇପାରିବ ବୋଲି ପୋଲିସ କହିଛି

ad-week
Leave A Reply

Your email address will not be published.