ବ୍ରାହ୍ମଣୀଗାଁ :ଜୈବିକ ପଦ୍ଧତିରେ କୃଷି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all
ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ


ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଆର ଏମ୍ ପି ପରିସର ସ୍ଥିତ ସଭା ଗୃହରେ ଜୈବିକ ପଦ୍ଧତିରେ କୃଷିଜାତ ଫସଲ ଅମଳର ଏକଦିନିଆ ତାଲିମ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କଞ୍ଜୁମର କୋପେରେଟିଭ ଫେଡରେସନର ସହାୟତା ଓ ଆସିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭେଲୋପମେଣ୍ଟ ଭୁବନେଶ୍ୱର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସିଇଓ ସମୀର କୁମାର ବାରିକ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦେଶକ ଶ୍ରୀଯୁକ୍ତ ମିହିର କୁମାର ସାମନ୍ତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବ ପ୍ରସାଦ ରାଉତରାୟ ଉଦ୍ୟାନ କୃଷି ସହକାରୀ ନିର୍ଦେଶକ ବାଲିଗୁଡା, ପ୍ରିୟଙ୍କା ମଲ୍ଲିକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦାରିଙ୍ଗବାଡି ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଚାଷ କରାଯାଉଛି ଏବଂ ଚାଷୀ ମାନେ ଅଧିକ ଉତ୍ପାଦନ କରିବା ଆଶାରେ ରାସାୟନିକ ସାର ବ୍ୟବହାର କରି ଉତ୍ପାଦନ କରୁଛନ୍ତି। କିନ୍ତୁ ରାସାୟନିକ ସାର ପ୍ରୟୋଗ ଫଳରେ ନିଜ ଜମିର କ୍ଷତି ହେବା ସହ ବିଷାକ୍ତ ଖାଦ୍ୟ ଉତ୍ପାଦନ କରୁଛନ୍ତି। ବିଶେଷ କରି ପନିପରିବା ଚାଷରେ ଅଧିକ ମାତ୍ରାରେ ରାସାୟନିକ ସାର ପ୍ରୟୋଗ କରିବା ଫଳରେ ଜନସଧାରଣଙ୍କର ବିଭିନ୍ନ ସ୍ୱସ୍ଥ୍ୟ ଗତ ସମସ୍ୟା ଦେଖାଯାଉଛି। ଏଣୁ କିପରି ଭାବେ ଅତି କମ ଖର୍ଚ୍ଚରେ ଜୈବିକ ସାର ପ୍ରସ୍ତୁତ କରି ପନିପରିବା ଚାଷ ହେଉ କିମ୍ବା ଅଦା ହଳଦୀ ଚାଷ ରେ ଜୈବିକ ସାର ପ୍ରୟୋଗ କରି ଉନ୍ନତ ମାନର ପରିବା ଆଦାୟ କରିପାରିବେ। ଏଥି ପାଇଁ କଣ ସବୁ ସରକାରୀ ବ୍ୟବସ୍ଥା ରହିଛି, ଚାଷୀମାନେ କିପରି ସରକାରୀ ପ୍ରସ୍ଛାହନ ପାଇପାରିବେ ସେନେଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା। ଚାଷିଙ୍କୁ ଚାଷ ସମ୍ବଧିୟ ଶିକ୍ଷା ଦେଇ ଇଛୁକ ଚାଷୀ ମାନଙ୍କର ତଦାରଖ କରିବା ପାଇଁ ଆସିଆନ ଇନଷ୍ଟିଚ୍ୟୁଟ ଅଫ ହ୍ୟୁମାନ ଡେଭେଳ୍ପମେଣ୍ଟ ଜରିଆରେ ଚାଷୀଙ୍କ ପଞ୍ଜିକରଣ କରାଯିବା ସହ ସେମାନଙ୍କୁ ଜୈବିକ ସାର ସମ୍ବନ୍ଧୀୟ ଶିକ୍ଷା ଦେଇ ତାର ବ୍ୟବହାର ଓ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ ଦାଇତ୍ୱ ନିର୍ବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଞ୍ଚଳ ଚାଷୀଭାଇ ମାନେ କଠିନ ପରିଶ୍ରମ କରି ସୁଦ୍ଧା ଆଶାନୁରୂପ ଫଳ ପାଉନଥିବାରୁ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ। ଚାଷୀ ମାନଙ୍କ ସମସ୍ୟାର ସମାଧାନର ଉତ୍ତର ଉପସ୍ଥିତ ଅଧିକାରୀ ମାନେ ବୁଝାଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଆଦର୍ଶ ଜେନା , ଜିଲ୍ଲା ସଂଯୋଜିକା ଶୁଭଶ୍ରୀ ବ୍ରହ୍ମ, ବ୍ଲକ ଇନଚାର୍ଜ ଖଇର ମହନ୍ତ ସହଯୋଗ କରିଥିବା ବେଳେ ଅଞ୍ଚଳର ବ୍ରାହ୍ମଣୀଗାଁ , ସରାମୁଳୀ,କୁମ୍ଭାରୀ ଗାଁ ,ଗଦାପୁର ଓ ଝିଞ୍ଜିରିଗୁଡ଼ା ପଞ୍ଚାୟତ ର ଶତାଧିକ ଚାଷୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.