ଚିତ୍ରକୋଣ୍ଡା ଥାନା ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ ୪ ଗିରଫ…

add-all


ଚିତ୍ରକୋଣ୍ଡା :-ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମନ୍ତ୍ରୀଫୁଟ ଛକ ଠାରେ ପୋଲିସ ୨୫୩ କେଜି ୩୦୦ ଗ୍ରାମ ଗଂଜେଇ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି  ଚିତ୍ରକୋଣ୍ଡା ଥାନା ଏସ.ଆଇ. ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସ ର ଏକ ଟିମ ଦିନ ୧୧ ଟା ସମୟରେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ମନ୍ତ୍ରୀଫୁଟ ଛକ ଠାରେ ଗାଡି ମୋଟର ଯାଞ୍ଚ କରୁଥିବା ସମୟରେ ଏକ ଟାଟା ଏରିଆ ଗାଡି ନଂ JH05BG3870 ରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜାଣିବାକୁ ପାଇଥିଲେ।  ପୋଲିସ ଗଞ୍ଜେଇ ଜବତ କରିବା ସହ ଚାରିଜଣ ଚାଲାଣକାରୀଙ୍କୁ ଥାନାକୁ ନେଇଥିଲା। ଜବତ ଗଞ୍ଜେଇ କୁ ଓଜନ କରିବା ପରେ ଏହା ୨୫୩ କେଜି ୩୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ପଚିଶ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏହା ସହ ଜବତ ଗଞ୍ଜେଇ ଓଡିଶାରୁ ବିହାର ରାଜ୍ୟ କୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ ୬୨/୨୨ ଅନୁଯାୟୀ ଏକ ଅପରାଧିକ ମାମଲା ରୁଜ୍ଜୁ କରାଯାଇ ଗଂଜେଇ ଚୋରା ଚାଲାଣ କାରୀ ସୁନୀଲ କୁମାର ଗ୍ରାମ ଵଂଭାଇ ବିହାର, ହରେନ୍ଦ୍ର କୁମାର ଗ୍ରାମ ରାମପୁର ବିହାର,ବିଜେନ୍ଦ୍ର କୁମାର ଗ୍ରାମ ତଳାର ବିହାର ,ପ୍ରକାଶ ସରଦାର ଗ୍ରାମ ଏମ ଭି ୩୩ ମାଲକାନଗିରି,ସମସ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.