କୁଇକୁଳ ସମିତିର କାର୍ଯ୍ୟକର୍ତ୍ତା ଚୟନ

add-all

ଦାରିଙ୍ଗବାଡି,(୨୨/୫) : ଦାରିଙ୍ଗବାଡି ବ୍ଲକ କୁଇକୁଳ ସମିତିର କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ କୁଇକୁଳ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଅଜୟ ପଡ୍ରାଙ୍କ ସଭାପତିତ୍ୱ କ୍ରମେ ନୂତନ ସଭାପତି ଭାବେ ଅବସରପ୍ରାପ୍ତ ଓଏସ ଅଫିସର କରୁଣାକର ପ୍ରଧାନ, ଉପସଭାପତି ପୁରେ ପ୍ରଧାନ, ସମ୍ପାଦକ ସୁକଦେବ ପ୍ରଧାନ, ସହ ସଂପାଦକ ସୁରେଶ ପ୍ରଧାନ, କୋଷାଧକ୍ଷ ରମାକାନ୍ତ ପ୍ରଧାନ, ଉପଦେଷ୍ଟା ଘେନେଶ୍ୱର ପ୍ରଧାନ, ଆଇନ ପରାମର୍ଶଦାତା ଆଡଭୋକେଟ ଇନ୍ଦ୍ରମଣି ପ୍ରଧାନ, ପରାମର୍ଶଦାତା ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ପ୍ରମୁଖଙ୍କୁ ମନୋନିତ କରାଯାଇଥିଲା । ଏହି କାର୍ଯ୍ୟକର୍ତା ଚୟନରେ ବାଲିଗୁଡା କେନ୍ଦ୍ର କୁଇକୁଳ ସମିତି ସଭାପତି ମନୋଜ ମଲିକ ନିର୍ବାଚନ ଅଧିକାରୀଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ କୁଇକୁଳ ସମାଜର ରୀତି, ନୀତି, ପରମ୍ପରା ବଜାଇ ରଖିବା ସହ ଜାତି ହଡ଼ପ ରୋକିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ସ୍ତରରେ କିପରି ଉନ୍ନତି ହୋଇପାରିବ ସେନେଇ ଶପଥପାଠ ହୋଇଥିଲା । କୁଇକୁଳ ସମିତିର ସାମୁହିକ ବିକାଶ ପାଇଁ ବିଧାୟକ ସାଲୁଗା ପ୍ରଧାନ ପ୍ରତିଶୃତି ଦେବା ସହ କୁଇକୁଳ ସମିତିର କାର୍ଯ୍ୟକ୍ରମକୁ ନେଇ ଖୁସି ହୋଇଥିଲେ।

ad-week
Leave A Reply

Your email address will not be published.