ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

add-all


ପାତ୍ରପୁର-: ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉଭୟ ସାମନ୍ତରାପୁର ଗ୍ରାମରହୋଇଥିବା ବେଳେ
ଯୁବକଙ୍କ ନାଁ ସୋନୁ ବେହେରା ଓ ଯୁବତୀ ଜଣକ ଙ୍କ ନା ସୁନିତା ପ୍ରଧାନ।ସୋନୁଙ୍କ ଝୁଲନ୍ତା ମୃତଦେହ ଗାଁ ନିକଟ ଆମ୍ବତୋଟାରୁ ଆଜି ସକାଳେ ମିଳିଥିଲା।ସୁନିତା ଏହା ଜାଣିବା ପରେ ସେଠାକୁ ଯାଇ ସୋନୁଙ୍କ ଶବକୁ ଧରି କାନ୍ଦିଥିଲା।
ପରେ ସେଠାରୁ ସୁନିତା କେଉଁଆଡ଼େ ଗାଏବ ହୋଇଯାଇଥିଲା।ପରିବାର ଲୋକେ ଖୋଜାଖୋଜି କରିବାରୁ ଗାଁ ଠାରୁ ଅଧକିମି ଦୂର ଆଉ ଏକ ଗଛରୁ ସୁନିତାର ମୃତ ଦେହ ମିଳିଥିଲା । ଖବର ପାଇ ଜରଡ଼ା ଥାନା ପୋଲିସ ଉଭୟଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି। ପ୍ରେମି ଯୁଗଳ ଙ୍କ ମୃତ୍ୟୁ ନେଇ ଜରଡ଼ା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳିଯାଇଛି।

ad-week
Leave A Reply

Your email address will not be published.