
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକକର ଗ୍ରାମ୍ୟ ଉନ୍ନୟନ ରାସ୍ତା ରାଇଘର ଠାରୁ ଗୋନା ସଂଯୋକ କରୁଥିବା ସଦର ରାସ୍ତାର ଅବସ୍ଥା ବେହାଲ ହୋଇ ଥିବାକୁ ନେଇ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ହେବା ପରେ ମଧ୍ୟ କୌଣସି ଫଳ ନ ମିଳିବାରୁ ୱାର୍ଡ ମେମ୍ବର ଶ୍ରୀମତି ସୁର୍ଯୋକାନ୍ତି ନାୟକ, କାଳିବାଡ଼ି କୋଦଭାଟା ପ୍ର୍ରସିଡେଣ୍ଟ ଶ୍ରୀ ଦୀପକ ବାରୋଇ, ଶ୍ରୀ ରାକେଶ ସରକାର, ଶ୍ରୀ ଶକ୍ତି ଜେନା, ଶ୍ରୀ ହେମନ୍ତ ପାତ୍ର ସମାଜ ସେବକ ଏହି ରାସ୍ତାର ଅବସ୍ଥା କୁ ଦେଖି ନିଜେ ଏମାନେ ରାସ୍ତାକୁ ମରାମତି କରିବାକୁ ଆଗେଇ ଆସିଛନ୍ତି , ଉଲ୍ଲେଖ ଥାଉ କି 18,5,2022ରିକରେ ନବରଙ୍ଗପୁର ଶ୍ରଧେୟ କଳଲେକ୍ଟର ମହାଶୟ ଡାକ୍ତର କମଳ ଲଚନ ମିଶ୍ର ରାଇଘର ଗସ୍ତ କରିବା ସମୟରେ ଏହି ରାସ୍ତା ର ଅବସ୍ଥା କୁ ନେଇ ଦୃଷ୍ଟି ଗୋଚର କରାଯାଇଥିଲା, ଏବଂ ସରପଞ୍ଚ ରାଇଘର ଓ 3ନମ୍ବର ଜ଼ିଲ୍ଲା ପରିଷଦ ଶ୍ରୀମତି ଲିପିକା ବାରୋଇ ଙ୍କୁ ମଧ୍ୟ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆଜି ୱାର୍ଡ ମେମ୍ବର ଜଣେ ମହିଳା ନିଜେ ମୁଣ୍ଡରେ ମାଟି ବୋହି କିଛି ସହ ସାଥୀଙ୍କ ଧରି ରାସ୍ତା ମରାମତି କରିବାକୁ ଦେଖିବାକୁ ମିଳିଛି , ୱାର୍ଡ ମେମ୍ବର ଓ କୋଦଭାଟାର ବୁଦ୍ଧିଜିବିଙ୍କ କହିବା କଥା ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା କରାଗଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି..