
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଳବର ଅତିରିକ୍ତ ଗୃହକୁ ମଙ୍ଗଳବାର କନ୍ଧମାଳ ସାଂସଦ
ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା,ସାଂସଦ ପ୍ରତିନିଧ୍ଵ ଦେବେନ୍ଦ୍ର ସାମଲ ଡଃ ଇଶ୍ଵର ନାୟକ ପ୍ରମୁଖ ସମ୍ମାନିତଅତିଥିଭାବେ ଯୋଗଦେଇଥିଲେ ।
ଜିଲ୍ଲା ଓ ଜିଲ୍ଲା ବାହାର ସାମ୍ବାଦିକମାନେ ଆବଶ୍ୟକ ସ୍ଥଳେ ରାତ୍ରୀ ଯାପନ କରିପାରିବେ ।ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ସାମନ୍ତ ସାମ୍ବାଦିକମାନେ ହିଁ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ, ସେମାନେ ସର୍ବଦା ନିରପେକ୍ଷ ଭାବେ ସମ୍ବାଦ ପ୍ରକାଶ କରିବା ଉଚିତ ବୋଲି କହିଥିଲେ।ପ୍ରେସକ୍ଲବ ପକ୍ଷରୁ ବରୀଷ୍ଠ ସାମ୍ବାଦିକ ତଥା ସଭାପତି ସୁନୀଲ ପଟ୍ଟନାୟକ, ସଂପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସାଂସଦ ଡଃ ସାମନ୍ତଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।କାର୍ଯ୍ୟକାରୀ ସଭାପତି ଅଶୋକ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାଷଣ ଦେଇଥିବା ବେଳେ ସଭାପତି ସୁନୀଲ। ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି
ଆକର୍ଷଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ପଣ୍ଡା,ବୀରେନ୍ଦ୍ର ସୁବୁଦ୍ଧି,ସୁନିଲ ବିଶ୍ଵାଳ, ସିବାନନ୍ଦ ପଟ୍ଟନାୟକ, ରାଧାମୋହନ ମହାପାତ୍ର, ଶିଵ ନାୟକ ପ୍ରମୁଖଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।