ଶିକ୍ଷକଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ

add-all


ପାତ୍ରପୁର : ପାତ୍ରପୁର ବ୍ଳକ ଅଙ୍କୁଲି ପଞ୍ଚାୟତ ଗୁରୁଷିଙ୍ଗି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ରାଘବ ପ୍ରଧାନଙ୍କ ୨୪.୦୫.୨୦୨୨ ତାରିଖ ସକାଳ ୮ ଘଣ୍ଟା ସମୟରେ ବେଙ୍ଗେଇସାହି ଠାରେ ଦେହାନ୍ତ ଘଟିଛି।। ସେ କିଡ଼ିନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୫୩ବର୍ଷ ବୟସ ହେବ।
ଶିକ୍ଷକଙ୍କ ମୃତ୍ୟୁ ଖବରପାଇ ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ପାଢ଼ୀ ଶବ ସଂସ୍କାର ପାଇଁ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ମିଳିତ ଶିକ୍ଷକ ସଂଘ ତରଫରୁ ପାଞ୍ଚ ହଜାର ଟଙ୍କା ସ୍ବର୍ଗତ ଶିକ୍ଷକଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ପ୍ରଧାନଙ୍କୁ ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ।ସେ ପାଇବାକୁ ଥିବା ସମସ୍ତ ଆର୍ଥିକ ସୁବିଧା ଯଥା ଶୀଘ୍ର କରେଇ ଦେବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।
ଏହି ପରିପ୍ରେ୍ଷୀରେ ମିଳିତ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି, ସମ୍ପାଦକ ଶଶାଙ୍କ କୁମାର ପ୍ରଧାନ, ଶିଶିର ମହାପାତ୍ର, ସୁକାନ୍ତ ଜେନା, ଧର୍ମା ରାଓ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନ କାର୍ଯ୍ୟକାରୀ ସଭାପତି ବି. ରାମା ରାଓ, ଶରତ ଗୌଡ, ପ୍ରଧାନ ଶିକ୍ଷକ ରଘୁନାଥ ନାୟକ, ପ୍ରଫୁଲ୍ଲ ଶବର, ଶୁକୁରୁ ଦଳାଇ, ଶିବରାମ ଶବର ସହିତ ଅଙ୍କୁଲି ଓ ତୁରୁବୁଡ଼ି କ୍ଲଷ୍ଟର ବହୁ ଶିକ୍ଷକ ଯୋଗ ଦେଇ ନିଜର ସମବେଦନା ଜଣାଇ ଥିଲେ।

ad-week
Leave A Reply

Your email address will not be published.