ଶ୍ରୀମନ୍ଦିର ଭିତରେ ସେବାୟତ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

add-all

ପୁରୀ: ଶ୍ରୀମନ୍ଦିର ଭିତରେ ସେବାୟତ ଅସୁସ୍ଥ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସହ୍ୟ କରିନପାରି ମୁକ୍ତି ମଣ୍ଡପ ନିକଟରେ ଅସୁସ୍ଥ ହୋଇ ତଳେ ପଡିଗଲେ ସେବାୟତ। ଅସୁସ୍ଥ ସେବାୟତ ଜଣକ ହେଉଛନ୍ତି ମଣିକର୍ଣ୍ଣିକା ସାହିର ଜମ୍ବେଶ୍ଵର ପତି ମହାପାତ୍ର। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଜମ୍ବେଶ୍ଵରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପୁରୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଶ୍ରୀମନ୍ଦିର ଭିତରେ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.