ଏମ୍ ଭି ୭୯ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ ଭି ୭୯ ଥାନା ପ୍ରାଙ୍ଗଣରେ ଏମ୍ ଭି ୭୯ ପୋଲିସ ଙ୍କ ଦ୍ଵାରା ଆଜି ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ, ସାଇବର କ୍ରାଇମ, ଗୁଣି ଗାରେଡି, ସଡକ ସୁରକ୍ଷା ଓ ନିୟମ ତଥା ଜନ ସାଧାରଣ ସହ ସୁସମ୍ପର୍କ ସ୍ଥାପନା ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ତାଣ୍ଡବାଇ, ନାଲାଗୁଣ୍ଠି, ଟିଗଲ,ତେଲେରାଇ ଏବଂ ଏମ୍ ଭି ୭୯ ଅଞ୍ଚଳର ସରପଞ୍ଚ, ୱାର୍ଡ ମେମ୍ବର ତଥା ବିଶିଷ୍ଟ ବ୍ୟକ୍ତି ଯୋଗଦାନ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଏମ୍ ଭି ୭୯ ଥାନା ଆଇ.ଆଇ.ସି ଶ୍ରୀ ମୁକୁନ୍ଦ ମେଲକା, ଏସ୍.ଆଇ ନରେନ୍ଦ୍ର ପ୍ରସାଦ ଭତ୍ରା, ଏ ଏସ୍ ଆଇ ରାଜେନ୍ଦ୍ର ପାଙ୍ଗି ,ଏ ଏସ୍ ଆଇ ନବୀନ ଚନ୍ଦ୍ର ପୂଜାରୀ, ଏ ଏସ୍ ଆଇ ସନ୍ତୋଷ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରରେ ଉପସ୍ଥିତ ରହି ବିଷୟରେ ଆଲୋଚନା କରିଥିବା ବେଳେ ଥାନାର ସମସ୍ତ କନେଷ୍ଟେବଲ, ଗୃହରକ୍ଷୀଙ୍କ ସହ ଅନ୍ୟ କର୍ମୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ଆସିଥିବା ଅତିଥିଙ୍କ ପାଇଁ ଜଳଯୋଗ ବ୍ୟବସ୍ଥା କରାଯାଇଥିଲା ।

ad-week
Leave A Reply

Your email address will not be published.