ମୁଦୁଲିପଡା ପୋଲିସି ଦ୍ୱାର ୧୧୨ କିଲୋ ଗଞ୍ଜେଇ ସହ ୨ଟି ବନ୍ଧୁକ ଜବତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ଧରପଗଡ଼କୁ ଜୋରଦାର କରାଯାଇଛି । ବୁଧବାର ମୁଦୁଲିପଡା ଥାନା କର୍ମଚାରୀଙ୍କ ଦ୍ବାରା ପାଟ୍ରୋଲିଂ ସମୟରେ ପୂଜାରିଗୁଡା ଗାଁ ନିକଟ ଜଙ୍ଗଲରେ ୨ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଚାରିଟି ପ୍ୟାକେଟ ଧରି ଛିଡା ହୋଇଥିବା ଦେଖିଥିଲେ । ପୋଲିସକୁ ଦେଖି ଅନ୍ଧାରର ସୁଯୋଗ ନେଇ ଗାଡି ଓ ବସ୍ତା ଛାଡି ଧାଇଁ ପଳାଉଥିବା ବେଳେ ପୋଲିସ ଜଙ୍ଗଲରେ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଯାଞ୍ଚ କରିବାରୁ ବସ୍ତାରେ ଗଞ୍ଜେଇ ଥିବା ଓ ସେଠାରେ ଜଙ୍ଗଲରେ ୨ ଟି ଗୁଳି ଭର୍ତ୍ତି ସିଙ୍ଗଲ ବୋର ବନ୍ଧୁକ ପଡ଼ିଥିବା ଦେଖିବାକୁ ପାଇଥିଲେ । ବନ୍ଧୁକ ସହ ଗଞ୍ଜେଇ ଜବତ କରିଥାନାକୁ ଆଣିଥିଲେ ଗିରଫ ବ୍ୟକ୍ତି ଜଣକ ମାଥିଲି ଅନ୍ତର୍ଗତ ଜାମ୍ବରୀଗୁଡା ଗ୍ରାମର ଜମାରି ଖିଲ ଏବଂ ଜବତ ଚାରୋଟି ବସ୍ତାରେ ପ୍ରାୟ ୧୧୨ କେଜି ଗଞ୍ଜେଇ ଥିବାବେଳେ ଏହାକୁ ଜମ୍ବାରୀଗୁଡାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଂଚଳ କୁ ବିକ୍ରୀ ପାଇଁ ନେଉଥିବା ଜଣାପଡିଛି । ଏନଡିପିଏସ ଆକ୍ଟ ଏବଂ ଆର୍ମସ ଆକ୍ଟରେ ମୁଦୁଲିପଡା ଥାନାରେ ଏକ ମାମଲା ପଞ୍ଜିକୃତ କରାଯାଇ ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଚିତ୍ରକୋଣ୍ଡା ଉପଖ7 ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.