ପାଞ୍ଚ ଘଣ୍ଟା ପରିଶ୍ରମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

add-all

ଗଞ୍ଜାମ :ସୋରଡ଼ା : କୂଅ ଭିତରେ ହାତୀ ଛୁଆ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ସୀମାନ୍ତ ଅଞ୍ଚଳ କନ୍ଧମାଳ ଜିଲ୍ଲା କରଡ଼ା ସେକ୍ସନ ବାରବା ବନାଞ୍ଚଳ ଅଧିନରେ ଥିବା ପଳାସପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଛୁଆ ଖସି ପଡିଥିଲା। ଖବର ପାଇ କନ୍ଧମାଳ ଜିଲ୍ଲା ବନ ବିଭାଗ ସୋରଡ଼ା ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ଜେସିବି ସାହାଯ୍ୟରେ କୂଅ ନିକଟରେ ଖୋଳି ହାତୀ ଛୁଆକୁ ଉଦ୍ଧାର କରିଥିଲେ।

ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରି ବନ ବିଭାଗର କର୍ମଚାରୀମାନେ ହାତୀକୁ କୂଅ ଭିତରୁ ଉଦ୍ଧାର କରିଥିଲେ ।

ad-week
Leave A Reply

Your email address will not be published.